Sat. Feb 21st, 2026

ନ୍ୟୁଜ ଡେକ୍ସ : ନ୍ୟାସନାଲ ଟେଷ୍ଟିଂ ଏଜେନ୍ସୀ ପକ୍ଷରୁ ପ୍ରକାଶିତ ଯୁଗ୍ମ ପ୍ରବେଶିକା ପରୀକ୍ଷା ଫଳାଫଳରେ କିସ୍‌ର ୧୬ଜଣ ଛାତ୍ରଛାତ୍ରୀ ସଫଳତା ହାସଲ କରିଛନ୍ତି। ଏହି ସଫଳ ଛାତ୍ରଛାତ୍ରୀଙ୍କ ମଧ୍ୟରୁ ୧୩ଜଣ ଛାତ୍ରୀ ଓ ୩ଜଣ ଛାତ୍ର ଅଛନ୍ତି। ସେମାନେ ସମସ୍ତେ ଜେଇଇ ଆଡଭାନ୍ସଡ ପାଇଁ ଯୋଗ୍ୟ ହୋଇଛନ୍ତି।

ଏହାର ଆଉ ଗୁରୁତ୍ୱପୂର୍ଣ୍ଣ ପ୍ରସଙ୍ଗ ହେଉଛି, ଏହି ୧୬ଜଣ ମଧ୍ୟରୁ ୩ଜଣ ଛାତ୍ରଛାତ୍ରୀ ଝାଡ଼ଖଣ୍ଡରୁ ଆସି କିସ୍‌ରେ ପାଠ ପଢି ଏହି ସଫଳତା ହାସଲ କରିଛନ୍ତି। ଏହା କିସ୍‌ର ଶିକ୍ଷା ଗୁଣାତ୍ମକତାକୁ ପୁନର୍ବାର ସାବିତ କରିଛି।ଏହି ସଫଳତାରେ କିଟ୍ ଓ କିସ୍‌ର ପ୍ରତିଷ୍ଠାତା ଅଚ୍ୟୁତ ସାମନ୍ତ ସନ୍ତୋଷ ବ୍ୟକ୍ତ କରି ସମସ୍ତ ସଫଳ ଛାତ୍ରଛାତ୍ରୀଙ୍କୁ ଶୁଭେଚ୍ଛା ଜଣାଇଛନ୍ତି।

ସେ କହିଛନ୍ତି, ଉପଯୁକ୍ତ ଯତ୍ନ, ଉନ୍ନତ ଶୈକ୍ଷିକ ପରିବେଶ ଓ ଅଧ୍ୟାପକମାନଙ୍କ ନିରନ୍ତର ପରିଶ୍ରମ ଯୋଗୁଁ କିସ୍‌ର ଛାତ୍ରଛାତ୍ରୀମାନେ ପ୍ରତିବର୍ଷ ବିଭିନ୍ନ ଆଞ୍ଚଳିକ ଓ ସର୍ବଭାରତୀୟ ପ୍ରବେଶିକା ପରୀକ୍ଷାରେ ଏଭଳି ସଫଳତା ହାସଲ କରୁଛନ୍ତି।ଡ. ସାମନ୍ତ ଏହି ସଫଳତା ପଛରେ ଥିବା କିସ୍‌ର ସମସ୍ତ ଅଧ୍ୟାପକ, ଅଧ୍ୟାପିକା ଓ କର୍ମଚାରୀଙ୍କୁ ସେମାନଙ୍କ ପରିଶ୍ରମ ଓ ଅବଦାନ ପାଇଁ ଧନ୍ୟବାଦ ଜଣାଇଛନ୍ତି।

Leave a Reply

Your email address will not be published. Required fields are marked *