ନ୍ୟୁଜ ଡେକ୍ସ : ରାଜ୍ୟସଭା ନିର୍ବାଚନ ପାଇଁ ବାଜିଲା ବିଗୁଲ। ଆଜି ବିଧିବଦ୍ଧ ବିଜ୍ଞପ୍ତି ପ୍ରକାଶ ପାଇବା ସହ ଓଡ଼ିଶାର ୪ଟି ରାଜ୍ୟସଭା ଆସନ ପାଇଁ ନିର୍ବାଚନ ପ୍ରକ୍ରିୟା ଆରମ୍ଭ ହେବ।ଆସନ୍ତା ୫ ତାରିଖ ନାମାଙ୍କନ ପତ୍ର ଭରିବାର ଶେଷ ତାରିଖ ରହିଛି।
ମାର୍ଚ୍ଚ ୬ରେ ପ୍ରାର୍ଥୀପତ୍ର ଯାଞ୍ଚ କରାଯିବ ଏବଂ ମାର୍ଚ୍ଚ ୯ରେ ପ୍ରାର୍ଥୀପତ୍ର ପ୍ରତ୍ୟାହାର କରିବାର ତାରିଖ ଧାର୍ଯ୍ୟ ହୋଇଛି। ମାର୍ଚ୍ଚ ୧୬ରେ ଭୋଟିଂ ହେବ।ବର୍ତ୍ତମାନ ସାଂସଦ ଭାବେ କାର୍ଯ୍ୟରତ Sujeet Kumar, Mamata Mohanta, Niranjan Bishi ଓ Munna Khanଙ୍କ କାର୍ଯ୍ୟକାଳ ଶେଷ ହେବାକୁ ଯାଉଛି।
ବିଧାନସଭାରେ ବିଧାୟକମାନଙ୍କ ସଂଖ୍ୟା ଦୃଷ୍ଟିରୁ ଚାରିଟି ଆସନ ମଧ୍ୟରୁ Bharatiya Janata Partyର ଦୁଇ ଜଣ ଓ Biju Janata Dalର ଜଣେ ପ୍ରାର୍ଥୀ ନିର୍ବାଚିତ ହେବା ପ୍ରାୟ ସୁନିଶ୍ଚିତ ବୋଲି ରାଜନୈତିକ ମହଳରେ ଆଲୋଚନା ଚାଲିଛି। ତେବେ ଚତୁର୍ଥ ଆସନ ପାଇଁ କିଏ ପ୍ରାର୍ଥୀ ହେବେ ତାହା ଉପରେ ଏବେ ସମସ୍ତଙ୍କ ନଜର ରହିଛି।

