Fri. Feb 27th, 2026

ନ୍ୟୁଜ ଡେକ୍ସ : ଆଇଏନଏକ୍ସ ମିଡିଆ ମନି ଲଣ୍ଡରିଂ ମାମଲାରେ ପୂର୍ବତନ କେନ୍ଦ୍ର ଅର୍ଥମନ୍ତ୍ରୀ P. Chidambaramଙ୍କ ବିରୋଧରେ ମାମଲା ରୁଜୁ କରିବା ପାଇଁ Enforcement Directorateକୁ ସରକାରୀ ଅନୁମତି ମିଳିଛି। ସରକାରଙ୍କ ଅନୁମୋଦନ ପରେ ଇଡି ଦିଲ୍ଲୀର ରାଉଜ୍ ଆଭେନ୍ୟୁ କୋର୍ଟରେ ଆବଶ୍ୟକୀୟ ଦଲିଲପତ୍ର ଦାଖଲ କରି ଆଇନଗତ ପଦକ୍ଷେପ ଆରମ୍ଭ କରିଛି। ଇଡି ୨୦୧୭ ମସିହାରେ ମନି ଲଣ୍ଡରିଂ ନିବାରଣ ଆଇନ (PMLA), ୨୦୦୨ ଅନୁଯାୟୀ ଏହି ତଦନ୍ତ ଆରମ୍ଭ କରିଥିଲା।

ଏହି କାର୍ଯ୍ୟାନୁଷ୍ଠାନ Central Bureau of Investigation ଦ୍ୱାରା ପଞ୍ଜିକୃତ ଏକ ଏଫଆଇଆର ଆଧାରରେ ନିଆଯାଇଥିଲା। ଏଫଆଇଆରରେ INX ମିଡିଆ ପ୍ରାଇଭେଟ୍ ଲିମିଟେଡ୍, INX ନ୍ୟୁଜ୍, କାର୍ତ୍ତି ଚିଦାମ୍ବରମ ଓ ଅନ୍ୟମାନଙ୍କ ବିରୋଧରେ ଷଡ଼ଯନ୍ତ୍ର, ଠକେଇ ଓ ଦୁର୍ନୀତିର ଅଭିଯୋଗ ଥିଲା।ତଦନ୍ତକାରୀ ସଂସ୍ଥା ଅନୁଯାୟୀ, ପି. ଚିଦାମ୍ବରମ ଅର୍ଥମନ୍ତ୍ରୀ ଥିବା ସମୟରେ INX ମିଡିଆକୁ ବିଦେଶୀ ପ୍ରତ୍ୟକ୍ଷ ନିବେଶ (FIPB) ଅନୁମୋଦନ ଦିଆଯାଇଥିଲା। ଏହି ଅନୁମୋଦନ ଓ ପରବର୍ତ୍ତୀ ନିୟମିତକରଣ ପାଇଁ ବେଆଇନ ପାଣ୍ଠି ଦାବି ଓ ଗ୍ରହଣ କରାଯାଇଥିବା ଅଭିଯୋଗ ରହିଛି। ଇଡି ଦାବି କରିଛି ଯେ ଏହି ରାଶି କାର୍ତ୍ତି ଚିଦାମ୍ବରମଙ୍କ ସହ ଜଡିତ କମ୍ପାନୀମାନଙ୍କ ମାଧ୍ୟମରେ ପ୍ରାପ୍ତ ହୋଇଥିଲା। ତଦନ୍ତରେ ଜଣାପଡିଛି ଯେ ଆଡଭାଣ୍ଟେଜ ଷ୍ଟ୍ରାଟେଜିକ୍ କନସଲ୍ଟିଂ ପ୍ରାଇଭେଟ୍ ଲିମିଟେଡ୍ ସହ ଅନ୍ୟାନ୍ୟ ସେଲ୍ କମ୍ପାନୀ ମାଧ୍ୟମରେ ଟଙ୍କା ପ୍ରବାହ କରାଯାଇଥିଲା ଏବଂ ପରେ ବିଭିନ୍ନ ନିବେଶ ମାଧ୍ୟମରେ ଏହାକୁ ବୈଧ କରିବାକୁ ଚେଷ୍ଟା ହୋଇଥିଲା।

ଅଭିଯୋଗ ଅନୁଯାୟୀ, ଏହି ଟଙ୍କା ବିଭିନ୍ନ ଦେଶ ଓ କମ୍ପାନୀ ମାଧ୍ୟମରେ ହୋଇଥିବା ଲେନଦେନ ଦ୍ୱାରା ଲୁଚାଇ ରଖାଯାଇଥିଲା ଏବଂ ପରବର୍ତ୍ତୀ ସମୟରେ ଭାରତ ଓ ବିଦେଶରେ ବ୍ୟାଙ୍କ ଆକାଉଣ୍ଟ, ସେୟାର ନିବେଶ ଓ ସ୍ଥାବର-ଅସ୍ଥାବର ସମ୍ପତ୍ତି କ୍ରୟରେ ବ୍ୟବହୃତ ହୋଇଥିଲା।ଇଡି ଅନୁଯାୟୀ, ଏହି ମାମଲାରେ ପ୍ରାୟ ୬୫.୮୮ କୋଟି ଟଙ୍କାର ଅବୈଧ ଆୟ ଠାବ କରାଯାଇଛି। ଏଥିରୁ ପ୍ରାୟ ୫୩.୯୩ କୋଟି ଓ ୧୧.୦୪ କୋଟି ମୂଲ୍ୟର ସମ୍ପତ୍ତି ପୂର୍ବରୁ ଆଟାଚ୍ କରାଯାଇଛି, ଯାହାକୁ ବିଚାରକ କର୍ତ୍ତୃପକ୍ଷ ଅନୁମୋଦନ କରିଛନ୍ତି। ମାମଲାଟି ଏବେ ଆଗାମୀ ଆଇନଗତ ପ୍ରକ୍ରିୟା ଦିଗରେ ଗତି କରୁଛି।

Leave a Reply

Your email address will not be published. Required fields are marked *