Thu. Mar 5th, 2026

ନ୍ୟୁଜ ଡେକ୍ସ : ଦହିବରା କେବଳ ଏକ ଖାଦ୍ୟ ନୁହେଁ, ଏହା କଟକିଆଙ୍କ ଆବେଗ ଓ ସାଂସ୍କୃତିକ ପରିଚୟର ଅଂଶ। ଏହି ପାରମ୍ପରିକ ଓ ଲୋକପ୍ରିୟ ଖାଦ୍ୟକୁ ନେଇ ସହରର ଭାବନାକୁ ଆହୁରି ଗାଢ଼ କରିବା ପାଇଁ ଆସନ୍ତା ମାର୍ଚ୍ଚ ୧ ତାରିଖରେ କଟକ ଜିଲ୍ଲା ପ୍ରଶାସନ ପକ୍ଷରୁ ‘କଟକ ଦହିବରା ଆଳୁଦମ ଦିବସ’ ପାଳନ କରାଯିବ।

ଏହି ଅବସରରେ Cuttackର ବାଲିଯାତ୍ରା ତଳ ପଡିଆ ସ୍ଥିତ ‘କଟକ ଇନ୍ କଟକ’ ପରିସରରେ ଏକ ବିଶେଷ ଉତ୍ସବର ଆୟୋଜନ ହେବ। କଟକର ପ୍ରସିଦ୍ଧ ଦହିବରା ବ୍ୟବସାୟୀମାନେ ଏହି ଉତ୍ସବରେ ଅଂଶଗ୍ରହଣ କରି ବିଭିନ୍ନ ଷ୍ଟଲ, ସାଇକେଲ ଓ ଅନ୍ୟାନ୍ୟ ମାଧ୍ୟମରେ ନିଜସ୍ୱ ସ୍ୱାଦର ପରିଚୟ ଦେବେ। ଗତବର୍ଷ ଆରମ୍ଭ ହୋଇଥିବା ଏହି ଦହିବରା ଆଳୁଦମ ଦିବସରେ ଖାଦ୍ୟପ୍ରେମୀଙ୍କର ବ୍ୟାପକ ଭିଡ଼ ଦେଖିବାକୁ ମିଳିଥିଲା।

ପରମ୍ପରାଗତ ଏହି ଖାଦ୍ୟ ସଂସ୍କୃତିକୁ ରାଜ୍ୟ ଓ ଜାତୀୟ ସ୍ତରରେ ପହଞ୍ଚାଇବା ଉଦ୍ଦେଶ୍ୟରେ ଜିଲ୍ଲା ପ୍ରଶାସନ ପକ୍ଷରୁ ଏହି ଦିବସ ପାଳନ କରାଯାଉଛି। ଏହା ମାଧ୍ୟମରେ ସହରର ପର୍ଯ୍ୟଟନକୁ ମଧ୍ୟ ପ୍ରୋତ୍ସାହନ ମିଳିବ ବୋଲି ଆଶା କରାଯାଉଛି।ଉତ୍ସବକୁ ଆହୁରି ଆକର୍ଷଣୀୟ କରିବା ପାଇଁ ସେଲ୍ଫି ଜୋନ୍ ବ୍ୟବସ୍ଥା ସହ ସାଂସ୍କୃତିକ କାର୍ଯ୍ୟକ୍ରମ ଆୟୋଜନ ହେବ। ସକାଳ ୯ଟାରୁ ଏହି ଉତ୍ସବ ଆରମ୍ଭ ହେବ ବୋଲି ଜଣାପଡ଼ିଛି।

Leave a Reply

Your email address will not be published. Required fields are marked *