ନ୍ୟୁଜ ଡେକ୍ସ : ଇସ୍ରାଏଲ ଓ ଆମେରିକାର ଦାବି ପରେ ଇରାନର ସର୍ବୋଚ୍ଚ ନେତା Ali Khameneiଙ୍କ ମୃତ୍ୟୁ ଖବରକୁ ନେଇ ଆନ୍ତର୍ଜାତୀୟ ମଞ୍ଚରେ ତୀବ୍ର ଚର୍ଚ୍ଚା ଆରମ୍ଭ ହୋଇଛି। Israel ପକ୍ଷରୁ ଏହି ଦାବି କରାଯାଇଥିବାବେଳେ, ଇସ୍ରାଏଲର ପ୍ରଧାନମନ୍ତ୍ରୀ Benjamin Netanyahu ନିଜେ ଖାମେନେଇଙ୍କ ମୃତ୍ୟୁ ସନ୍ଦର୍ଭରେ ସାର୍ବଜନୀନ ଭାବେ ମତ ପ୍ରକାଶ କରିଥିବା ଖବର ମିଳିଛି।ଏହା ସହିତ ଆମେରିକାର ପୂର୍ବତନ ରାଷ୍ଟ୍ରପତି Donald Trump ମଧ୍ୟ ସୋସିଆଲ ମିଡିଆ ପୋଷ୍ଟରେ ଏହି ଆକ୍ରମଣରେ ଖାମେନେଇଙ୍କ ମୃତ୍ୟୁ ଘଟିଥିବା ଦାବି କରିଛନ୍ତି।
ସେ ଏହାକୁ ଆମେରିକାର ବଡ଼ ଜୟ ବୋଲି କହିଥିବା ସହ ଇତିହାସର ସବୁଠାରୁ ଦୁଷ୍ଟ ବ୍ୟକ୍ତିଙ୍କୁ ହତ୍ୟା କରାଯାଇଛି ବୋଲି ମନ୍ତବ୍ୟ କରିଥିବା ଜଣାପଡ଼ିଛି। ପ୍ରଥମେ ଇରାନୀ ଗଣମାଧ୍ୟମ ଏହି ଖବରକୁ ଗୁଜବ ବୋଲି ଖଣ୍ଡନ କରିଥିଲେ। କିନ୍ତୁ ପରବର୍ତ୍ତୀ ସମୟରେ କିଛି ମାଧ୍ୟମ ଖାମେନେଇଙ୍କ ମୃତ୍ୟୁ ହୋଇଥିବା ନେଇ ଖବର ପ୍ରସାରଣ କରିଥିବା ଜଣାଯାଇଛି। ତଥାପି Iran ସରକାର ପକ୍ଷରୁ ଏପର୍ଯ୍ୟନ୍ତ କୌଣସି ସରକାରୀ ଘୋଷଣା କିମ୍ବା ନିଶ୍ଚିତକରଣ ଆସିନାହିଁ।ପୂର୍ବରୁ ଇରାନୀ ମାଧ୍ୟମରେ ଏହି ସୂଚନା ମଧ୍ୟ ଆସିଥିଲା ଯେ ଆକ୍ରମଣରେ ଖାମେନେଇଙ୍କ ପୁତ୍ରବଧୂ, ଜ୍ୱାଇଁ ଏବଂ ନାତୁଣୀ ପ୍ରାଣ ହରାଇଛନ୍ତି। ଏହା ପରିସ୍ଥିତିକୁ ଆହୁରି ଜଟିଳ କରିଛି।
ସେପଟେ ଟ୍ରମ୍ପଙ୍କ ପୋଷ୍ଟ ପୂର୍ବରୁ ହାତରେ ଖଣ୍ଡା ଧରିଥିବା ଏକ ଫଟୋ ସରକାରୀ ସୋସିଆଲ ମିଡିଆ ଆକାଉଣ୍ଟରେ ଅପଲୋଡ୍ ହୋଇଥିବା କୁହାଯାଉଛି। ଫଟୋ ସହିତ ଥିବା କ୍ୟାପସନରେ ‘ନାମି ହେଦର ଅର୍ଥାତ୍ ତାଙ୍କ ଉପରେ ଶାନ୍ତି ହେଉ’ ଲେଖାଯାଇଥିବା ଖବର ମିଳିଛି, ଯାହା ଖାମେନେଇଙ୍କ ମୃତ୍ୟୁ ସମ୍ବନ୍ଧୀୟ ଖବରକୁ ଅଧିକ ଇନ୍ଧନ ଯୋଗାଇଛି।ଏପର୍ଯ୍ୟନ୍ତ ସରକାରୀ ସ୍ତରରେ ସ୍ପଷ୍ଟ ନିଶ୍ଚିତକରଣ ନ ଆସିଥିବାରୁ ବିଶ୍ୱର ଦୃଷ୍ଟି ଇରାନ ଓ ଆମେରିକାର ପରବର୍ତ୍ତୀ ପଦକ୍ଷେପ ଉପରେ ରହିଛି।

