ନ୍ୟୁଜ ଡେକ୍ସ : United States Department of State ପକ୍ଷରୁ ଏକ ନୂତନ ସୁରକ୍ଷା ଆଡଭାଇଜରୀ ଜାରି କରାଯାଇଛି। ଗମ୍ଭୀର ସୁରକ୍ଷା ବିପଦକୁ ଦୃଷ୍ଟିରେ ରଖି ଆମେରିକୀୟ ନାଗରିକମାନଙ୍କୁ ୧୪ଟି ଦେଶ ତୁରନ୍ତ ଛାଡିବା ପାଇଁ ପରାମର୍ଶ ଦିଆଯାଇଛି। ଆଡଭାଇଜରୀରେ Bahrain, Egypt, Iran, Iraq, Israel, West Bank, Gaza, Kuwait, Jordan, Lebanon, Oman, Qatar, Saudi Arabia, Syria, United Arab Emirates ଓ Yemenର ଉଲ୍ଲେଖ ରହିଛି।
ଏହି ସମସ୍ତ ଦେଶରେ ଅବସ୍ଥାନ କରୁଥିବା ନାଗରିକମାନେ କମର୍ସିଆଲ ଫ୍ଲାଇଟ ମାଧ୍ୟମରେ ସଘନ୍ନରେ ପ୍ରସ୍ଥାନ କରିବାକୁ ନିର୍ଦ୍ଦେଶ ଦିଆଯାଇଛି। ସୁରକ୍ଷା ସହାୟତା ପାଇଁ ନିକଟସ୍ଥ ଆମେରିକୀୟ ଦୂତାବାସ ସହ ସମ୍ପର୍କ ସ୍ଥାପନ କରିବାକୁ ମଧ୍ୟ ଅନୁରୋଧ କରାଯାଇଛି।ଏହି ନିର୍ଦ୍ଦେଶ ସନ୍ଦର୍ଭରେ X ରେ ଜାରି ହୋଇଥିବା ଏକ ପୋଷ୍ଟରେ କୁହାଯାଇଛି ଯେ, ଗମ୍ଭୀର ସୁରକ୍ଷା ଆଶଙ୍କା ହେତୁ ଆମେରିକୀୟ ନାଗରିକମାନେ ତୁରନ୍ତ ଏହି ଦେଶଗୁଡ଼ିକୁ ଛାଡିବା ଆବଶ୍ୟକ। ଏପରିସ୍ଥିତିରେ ଆମେରିକାର ବୈଦେଶିକ ମନ୍ତ୍ରୀ Marco Rubio ସାମ୍ବାଦିକମାନଙ୍କୁ କହିଛନ୍ତି ଯେ ଆମେରିକୀୟ ସେନା ପକ୍ଷରୁ ସବୁଠାରୁ ମାରାତ୍ମକ ଆକ୍ରମଣ ଏପର୍ଯ୍ୟନ୍ତ ବାକି ରହିଛି।
ସେ ଚେତାବନୀ ଦେଇ କହିଛନ୍ତି ଯେ ପରବର୍ତ୍ତୀ ପର୍ଯ୍ୟାୟରେ ବର୍ତ୍ତମାନର ପରିସ୍ଥିତିଠାରୁ ଅଧିକ କଠୋର ପଦକ୍ଷେପ ଗ୍ରହଣ କରାଯିବ।ଏହି ସମୟରେ Donald Trump ପ୍ରଶାସନ ସ୍ପଷ୍ଟ କରିଛି ଯେ ନିଜ ଲକ୍ଷ୍ୟ ପୂରଣ ପାଇଁ ଆବଶ୍ୟକ ହେଲେ ଦୀର୍ଘ ସମୟ ପର୍ଯ୍ୟନ୍ତ ସାମରିକ କାର୍ଯ୍ୟଚାଳନା ଜାରି ରହିବ। କୌଣସି ଅପ୍ରୀତିକର ଘଟଣାକୁ ଏଡାଇବା ପାଇଁ ପ୍ରଭାବିତ ଅଞ୍ଚଳରେ ଥିବା ନାଗରିକମାନଙ୍କୁ ସତର୍କ ରହି ତୁରନ୍ତ ସେହି ଦେଶଗୁଡ଼ିକ ଛାଡିବାକୁ ପରାମର୍ଶ ଦିଆଯାଇଛି।

