Sun. Feb 22nd, 2026

ନ୍ୟୁଜ ଡେକ୍ସ: ପାଣି ପାଇଁ ଗୋଟେ ଦିନ ଲାଗି ଡହଳବିକଳ ହେବେ ରାଜଧାନୀବାସୀ। ଶୁକ୍ରବାର ଠାରୁ ୨୪ ଘଣ୍ଟା ବନ୍ଦ ରହିବ ଜଳ ଯୋଗାଣ। ଯାହା ଫଳରେ ଅଧା ଭୁବନେଶ୍ବରରେ ମିଳିବନି ପାଣି। ଏନେଇ ସୂଚନା ଦେଇଛି ଓ୍ବାଟକୋ।

ପାତ୍ରପଡ଼ା, କଳିଙ୍ଗ ନଗର, ଭରତପୁର, ଘାଟିକିଆ, ଖଣ୍ଡଗିରି ବିହାର, ସିଆରପିଏଫ୍ ଅଞ୍ଚଳଠୁ ଆରମ୍ଭ କରି ଯଦୁପୁର, ଡୁମୁଡୁମା, ନୟାପଲ୍ଲୀ, IRC ଭିଲେଜ୍ ପର୍ଯ୍ୟନ୍ତ ଜଳଯୋଗାଣ ବନ୍ଦ ରହିବ। ସେହିପରି ଚନ୍ଦ୍ରଶେଖରପୁର, ନୀଳାଦ୍ରିବିହାର, ସାଲିଆ ସାହି, ମୈତ୍ରୀ ବିହାର ଭଳି ଅଞ୍ଚଳରେ ପାଣି ଯୋଗାଣ ବନ୍ଦ ରହିଛି। ସୂଚନା ଅନୁଯାୟୀ, ମୁଣ୍ଡଳିରୁ ମୁଖ୍ୟ ପାଣି ପାଇପର ମରାମତି ପାଇଁ ଏଭଳି ନିଷ୍ପତ୍ତି ନେଇଛି ଓ୍ବାଟକୋ।

ଶୁକ୍ରବାର ଦିନ ୨ଟାରୁ ଶନିବାର ଦିନ ୨ଟା ପର୍ଯ୍ୟନ୍ତ ଭୁବନେଶ୍ବରରେ ଜଳ ଯୋଗାଣ ବନ୍ଦ ରହିବ। ରାଜଧାନୀର ବିଭିନ୍ନ ଜଳ ଯୋଗାଣ ଅଞ୍ଚଳ ଗୁଡ଼ିକରେ ଜଳ ଯୋଗାଣ ବନ୍ଦ ରହିବ। ୨୪ ଘଣ୍ଟା ଧରି ପାଣି ଯୋଗାଣ ବନ୍ଦ ରହିବା ସମୟରେ ଆବଶ୍ୟକ ବିକଳ୍ପ ବ୍ୟବସ୍ଥା କରିବାକୁ କହିଛି ୱଟକୋ। ଏହି ସମୟ ମଧ୍ୟରେ ଉପଯୁକ୍ତ ପାଣି ସଞ୍ଚୟ କରି ରଖିବାକୁ ରାଜଧାନୀବାସୀଙ୍କୁ କୁହାଯାଇଛି।

Leave a Reply

Your email address will not be published. Required fields are marked *