ନ୍ୟୁଜ ଡେକ୍ସ : ରାଜ୍ୟସଭା ନିର୍ବାଚନରେ ବିଜୟୀ ହେବା ପରେ ୪ ଜଣ ନେତା ନିଜ ନିଜର ସାର୍ଟିଫିକେଟ୍ ଗ୍ରହଣ କରିଛନ୍ତି। ମନମୋହନ ସାମଲ, ସୁଜିତ କୁମାର, ଦିଲ୍ଲୀପ ରାୟ ଓ ସଂତୃପ୍ତ ମିଶ୍ର ବିଧାନସଭା ସଚିବାଳୟକୁ ଯାଇ ରିଟର୍ଣ୍ଣିଙ୍ଗ ଅଫିସରଙ୍କ ଠାରୁ ସାର୍ଟିଫିକେଟ୍ ନେଇଛନ୍ତି।
ଏଥର ରାଜ୍ୟସଭା ନିର୍ବାଚନରେ ୪ଟି ଆସନ ପାଇଁ ୫ ଜଣ ପ୍ରାର୍ଥୀ ମଧ୍ୟରେ କଢ଼ିଆ ପ୍ରତିସ୍ପର୍ଧା ଦେଖାଯାଇଥିଲା। ତେବେ ଶେଷରେ ମନମୋହନ ସାମଲ, ସୁଜିତ କୁମାର, ସଂତୃପ୍ତ ମିଶ୍ର ଓ ଦିଲ୍ଲୀପ ରାୟ ବିଜୟ ହାସଲ କରିଥିଲେ।ଅନ୍ୟପଟେ ବିଜେଡି ଓ କଂଗ୍ରେସର ମିଳିତ ପ୍ରାର୍ଥୀ ଡାକ୍ତର ଦତ୍ତେଶ୍ୱର ହୋତା ଏହି ନିର୍ବାଚନରେ ପରାଜିତ ହୋଇଛନ୍ତି।
ସେ ବିଜେପି ସମର୍ଥିତ ପ୍ରାର୍ଥୀ ଦିଲ୍ଲୀପ ରାୟଙ୍କଠାରୁ ହାରିଥିବା ଜଣାଯାଇଛି।ବିଜୟୀ ପ୍ରାର୍ଥୀମାନେ ସାର୍ଟିଫିକେଟ୍ ଗ୍ରହଣ କରିବା ସହ ନୂଆ ଦାୟିତ୍ୱ ପାଇଁ ପ୍ରସ୍ତୁତି ଆରମ୍ଭ କରିଥିବା ବେଳେ ରାଜ୍ୟର ରାଜନୀତିକ ପରିସ୍ଥିତି ଆହୁରି ଚଞ୍ଚଳ ହୋଇଉଠିଛି।

