Sun. Apr 19th, 2026

ନ୍ୟୁଜ ଡେକ୍ସ : ସରିଲା ରାଜ୍ୟସଭା ନିର୍ବାଚନ ଓ ପ୍ରକାଶ ପାଇଲା ଫଳାଫଳ। ଏଥିରେ ବିଜେଡି ପ୍ରାର୍ଥୀ ସଂତୃପ୍ତ ମିଶ୍ର ବିଜୟୀ ହୋଇ ରାଜ୍ୟସଭାକୁ ଯିବା ନିଶ୍ଚିତ ହୋଇଛି। ଅନ୍ୟପଟେ କଂଗ୍ରେସ ଓ ବିଜେଡିର ମିଳିତ ପ୍ରାର୍ଥୀ ଦତ୍ତେଶ୍ୱର ହୋତା ପରାଜିତ ହୋଇଛନ୍ତି।ଫଳାଫଳ ପ୍ରକାଶ ପରେ ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ ନିଜ ପ୍ରତିକ୍ରିୟା ରଖିଛନ୍ତି।

ସେ ସଂତୃପ୍ତ ମିଶ୍ରଙ୍କୁ ଶୁଭେଚ୍ଛା ଜଣାଇଥିବା ସହ ଦତ୍ତେଶ୍ୱର ହୋତାଙ୍କୁ ସାଧୁବାଦ ଜଣାଇଛନ୍ତି। ନବୀନ କହିଛନ୍ତି ଯେ, ଦତ୍ତେଶ୍ୱର ଆଦର୍ଶ ଓ ନିଷ୍ଠାର ସହିତ ନିର୍ବାଚନ ଲଢ଼ିଥିଲେ, କିନ୍ତୁ କୁଚକ୍ରୀ ନେତାଙ୍କ ପାଇଁ ଫଳ ଆମ ପକ୍ଷରେ ଆସିନଥିଲା।ଏହି ନିର୍ବାଚନରେ ଚତୁର୍ଥ ଆସନରେ ସ୍ୱାଧୀନ ପ୍ରାର୍ଥୀ ଦିଲ୍ଲୀପ ରାୟ ବିଜୟୀ ହୋଇଛନ୍ତି। ସମୁଦାୟ ଫଳାଫଳ ଅନୁଯାୟୀ ବିଜେପିର ମନମୋହନ ସାମଲ ଓ ସୁଜିତ କୁମାର, ବିଜେଡିର ସଂତୃପ୍ତ ମିଶ୍ର ଏବଂ ସ୍ୱାଧୀନ ପ୍ରାର୍ଥୀ ଦିଲ୍ଲୀପ ରାୟ ବିଜୟ ହାସଲ କରିଛନ୍ତି।

ପ୍ରଥମ ପସନ୍ଦ ଭୋଟରେ ମନମୋହନ ସାମଲ ଓ ସୁଜିତ କୁମାର ପ୍ରତ୍ୟେକ ୩୫ଟି ଭୋଟ୍ ପାଇଥିବାବେଳେ ସଂତୃପ୍ତ ମିଶ୍ର ୩୧ଟି ଭୋଟ୍ ହାସଲ କରିଥିଲେ। ପ୍ରଥମ ପସନ୍ଦ ଭୋଟରେ ଏହି ତିନିଜଣ ପ୍ରାର୍ଥୀ ବିଜୟୀ ହୋଇଥିବା ସ୍ପଷ୍ଟ ହୋଇଥିଲା। ଏହି ଫଳାଫଳ ରାଜ୍ୟର ରାଜନୀତିକ ପରିସ୍ଥିତିକୁ ଆହୁରି ଗରମ କରିଦେଇଥିବାବେଳେ ଆଗାମୀ ଦିନରେ ଏହାର ପ୍ରଭାବ ଦେଖିବାକୁ ମିଳିପାରେ।

Leave a Reply

Your email address will not be published. Required fields are marked *