Sun. Apr 19th, 2026

ନ୍ୟୁଜ ଡେକ୍ସ : ଭୁବନେଶ୍ୱରର ଲୋକ ଭବନରେ ଆଜି ରାଜ୍ୟପାଳ ହରିବାବୁ କମ୍ଭମପାତି ଙ୍କୁ ସାକ୍ଷାତ କରିଛନ୍ତି ଓଡ଼ିଶା ଗସ୍ତରେ ଥିବା ସ୍ଥଳସେନା ମୁଖ୍ୟ ଜେନେରାଲ ଉପେନ୍ଦ୍ର ଦ୍ବିବେଦୀ। ଏହି ସମୟରେ ରାଜ୍ୟପାଳ ଜେନେରାଲ ଦ୍ବିବେଦୀଙ୍କୁ ଉତ୍ତରୀୟ ଓ ଫୁଲତୋଡ଼ା ପ୍ରଦାନ କରି ସ୍ବାଗତ ଜଣାଇଥିଲେ।ଅପରେସନ୍ ସିନ୍ଦୂରର ସଫଳତା ପାଇଁ ରାଜ୍ୟପାଳ ଜେନେରାଲ ଦ୍ବିବେଦୀଙ୍କୁ ଅଭିନନ୍ଦନ ଜଣାଇଥିବା ସହ ଉଭୟଙ୍କ ମଧ୍ୟରେ ବେଶ କିଛି ସମୟ ଧରି ଆଲୋଚନା ହୋଇଥିଲା।

ରାଜ୍ୟର ସୁରକ୍ଷା, ସେନା ପ୍ରଶିକ୍ଷଣ ଓ ବିଭିନ୍ନ ମୁଦ୍ଦା ଉପରେ ଆଲୋଚନା ହୋଇଥିବା ସୂଚନା ମିଳିଛି।୩ ଦିନିଆ ଓଡ଼ିଶା ଗସ୍ତରେ ଆସିଥିବା ଜେନେରାଲ ଦ୍ବିବେଦୀ ବାୟୁସେନାର ସ୍ୱତନ୍ତ୍ର ବିମାନରେ ଭୁବନେଶ୍ୱର ବିମାନ ବନ୍ଦରରେ ପହଞ୍ଚିଥିଲେ।

ଗସ୍ତ ସମୟରେ ସେ ପୁରୀ ଓ ଗୋପାଳପୁରରେ ଆୟୋଜିତ ବିଭିନ୍ନ କାର୍ଯ୍ୟକ୍ରମରେ ଯୋଗଦେବେ।ଏହାସହ ସେ ପୁରୀରେ ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ଦର୍ଶନ କରିବେ ଓ ପରେ ଗୋପାଳପୁରକୁ ଯାଇ ସେନା ସମ୍ପର୍କିତ କାର୍ଯ୍ୟକ୍ରମରେ ଅଂଶଗ୍ରହଣ କରିବେ।

Leave a Reply

Your email address will not be published. Required fields are marked *