ନ୍ୟୁଜ ଡେକ୍ସ : ଇଣ୍ଡୋନେସିଆରେ ଗୁରୁବାର ସକାଳେ ଏକ ଶକ୍ତିଶାଳୀ ଭୂକମ୍ପ ଝଟକା ଅନୁଭୂତ ହୋଇଛି। ଉତ୍ତର ମାଲୁକୁ ପ୍ରଦେଶରେ ଅନୁଭୂତ ଏହି ଭୂକମ୍ପର ତୀବ୍ରତା ରିକ୍ଟର ସ୍କେଲରେ ୭.୪ ରେକର୍ଡ ହୋଇଛି।ଯୁକ୍ତରାଷ୍ଟ୍ର ଭୂତତ୍ତ୍ୱ ସର୍ବେକ୍ଷଣ ଅନୁଯାୟୀ, ଭୂକମ୍ପର କେନ୍ଦ୍ରସ୍ଥଳ ଟେର୍ନେଟ୍ ନିକଟସ୍ଥ ଉତ୍ତର ମାଲୁକୁ ସାଗରରେ ଥିଲା।
ପୃଥିବୀ ପୃଷ୍ଠ ତଳେ ପ୍ରାୟ ୧୦ କିଲୋମିଟର ଗଭୀରତାରୁ ଏହି ଭୂକମ୍ପ ଉତ୍ପନ୍ନ ହୋଇଥିବାରୁ ଏହାର ପ୍ରଭାବ ବ୍ୟାପକ ରହିଥିଲା।ଭୂକମ୍ପର ତୀବ୍ର ଝଟକାରେ ଲୋକମାନଙ୍କ ମଧ୍ୟରେ ଭୟର ବାତାବରଣ ସୃଷ୍ଟି ହୋଇଥିଲା। ଅନେକ ଲୋକ ଘର ଛାଡି ବାହାରକୁ ଆସି ଚିତ୍କାର କରି ଏଣେତେଣେ ଦୌଡ଼ିବାକୁ ଲାଗିଥିଲେ।ସୁନାମିର ସମ୍ଭାବନାକୁ ଦୃଷ୍ଟିରେ ରଖି ଭୂକମ୍ପବିଜ୍ଞାନୀମାନେ ସତର୍କତା ଜାରି କରିଛନ୍ତି।
ସରକାର ପକ୍ଷରୁ ଉପକୂଳ ଅଞ୍ଚଳର ଲୋକମାନଙ୍କୁ ସୁରକ୍ଷା ପାଇଁ ଉଚ୍ଚ ଭୂମିକୁ ସ୍ଥାନାନ୍ତର ହେବାକୁ ପରାମର୍ଶ ଦିଆଯାଇଛି ଏବଂ କିଛି ଅଞ୍ଚଳକୁ ଖାଲି କରିବାକୁ ନିର୍ଦ୍ଦେଶ ମଧ୍ୟ ଦିଆଯାଇଛି।ଘଟଣା ପରେ ସମ୍ଭାବ୍ୟ କ୍ଷତିକୁ ମୁକାବିଲା ପାଇଁ ସାରା ଦେଶରେ ଉଦ୍ଧାର ଓ ରିଲିଫ୍ ଟିମ୍ମାନଙ୍କୁ ସଚେତନ ଅବସ୍ଥାରେ ରଖାଯାଇଛି।

