ନ୍ୟୁଜ ଡେକ୍ସ : ପାକିସ୍ତାନରେ ଇରାନ ସହ ଆମେରିକାର ଆଲୋଚନା ବିଫଳ ହେବା ପରେ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଏକ କଡ଼ା ମନୋଭାବ ପ୍ରକାଶ କରିଛନ୍ତି। ସେ ଘୋଷଣା କରିଛନ୍ତି ଯେ ଇରାନକୁ ଯେଉଁ ଦେଶ ଅସ୍ତ୍ରଶସ୍ତ୍ର ଯୋଗାଇବ, ସେହି ଦେଶମାନଙ୍କ ଉପରେ ୫୦ ପ୍ରତିଶତ ଶୁଳ୍କ ଲାଗୁ କରାଯିବ।ଟ୍ରମ୍ପ କହିଛନ୍ତି ଯେ ସେ ଅନୁମାନ କରୁଛନ୍ତି ଯେ ଚୀନ୍ ଇରାନକୁ ଅସ୍ତ୍ରଶସ୍ତ୍ର ଯୋଗାଇପାରେ।
ଯଦି ଏପରି ଘଟେ, ତେବେ ଚୀନର ସାମଗ୍ରୀ ଉପରେ ୫୦ ପ୍ରତିଶତ ଶୁଳ୍କ ଲାଗୁ କରାଯିବ ବୋଲି ସେ ସଚେତନ କରିଛନ୍ତି।ଏହାସହ ଟ୍ରମ୍ପ ଆଉ ଅଧିକ କଡ଼ା ଭାଷା ବ୍ୟବହାର କରି ଇରାନକୁ ଚେତାବନୀ ଦେଇଛନ୍ତି। ସେ କହିଛନ୍ତି ଯେ ଆବଶ୍ୟକ ପଡ଼ିଲେ ଇରାନର ଅବଶିଷ୍ଟ ସମସ୍ତ କ୍ଷମତାକୁ ନଷ୍ଟ କରାଯିବ ଏବଂ ତାଙ୍କ ପାୱାର ଗ୍ରିଡ୍କୁ ଧ୍ୱଂସ କରି ଦଶ ବର୍ଷ ପର୍ଯ୍ୟନ୍ତ ଅନ୍ଧାରରେ ରଖାଯିବ।
ଟ୍ରମ୍ପ ଏହାମଧ୍ୟ କହିଛନ୍ତି ଯେ ସେ ଖବର ପାଇଛନ୍ତି ଯେ ଚୀନ୍ ଇରାନକୁ ଆଣ୍ଟି ଏୟାରକ୍ରାଫ୍ଟ ‘ଶୋଲଡର ମିସାଇଲ’ ଯୋଗାଇଦେଉଛି। ଯଦିଓ ସେ ଚୀନ୍ ସହ ନିଜର ଭଲ ସମ୍ପର୍କ ଥିବା କହିଛନ୍ତି, ତଥାପି ଏପରି କାର୍ଯ୍ୟ ହେଲେ କଡ଼ା ପଦକ୍ଷେପ ନେବେ ବୋଲି ସଫା କରିଦେଇଛନ୍ତି। ଏହି ଘୋଷଣା ପରେ ଆନ୍ତର୍ଜାତୀୟ ମଞ୍ଚରେ ପରିସ୍ଥିତି ଆହୁରି ତିବ୍ର ହେବାର ସଙ୍କେତ ମିଳୁଛି।

