ନ୍ୟୁଜ ଡେକ୍ସ : ପଶ୍ଚିମବଙ୍ଗ ଗସ୍ତ ସମୟରେ ଭାରତର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ କଲିକତାର ହୁଗୁଳୀ ନଦୀ ଉପରେ ନୌକାବିହାର କରିଥିଲେ। ଏହି ସମୟରେ ସେ ନଦୀର ଦୁଇ କୂଳର ସୁନ୍ଦର ଦୃଶ୍ୟ ଉପଭୋଗ କରିବା ସହିତ ବିଭିନ୍ନ ଉନ୍ନୟନ ପ୍ରକଳ୍ପର ସମୀକ୍ଷା କରିଥିଲେ।
ନୌକାବିହାର ସମୟରେ ପ୍ରଧାନମନ୍ତ୍ରୀ ନିଜ ହାତରେ କ୍ୟାମେରା ଧରି ବିଦ୍ୟାସାଗର ସେତୁ ଓ ହାୱଡା ବ୍ରିଜ ର ଫଟୋ ଧରିଥିଲେ। ପରେ ସେ ଏହି ଫଟୋଗୁଡ଼ିକୁ ସୋସିଆଲ ମିଡିଆରେ ସେୟାର କରିଥିଲେ।ସୋସିଆଲ ମିଡିଆ ପୋଷ୍ଟରେ ସେ କହିଥିଲେ ଯେ ହୁଗୁଳୀ ନଦୀ ପଶ୍ଚିମବଙ୍ଗର ସଂସ୍କୃତି ଓ ପାରମ୍ପରିକତା ସହ ଗଭୀର ଭାବେ ଜଡିତ।
ଗଙ୍ଗା ନଦୀ ବଙ୍ଗାଳୀ ଜନଜୀବନରେ ଏକ ବିଶେଷ ସ୍ଥାନ ଦାଖଲ କରିଛି ଏବଂ ଏହା ପ୍ରାଚୀନ ସଭ୍ୟତା ଓ ଭାବନାକୁ ଆଜି ପର୍ଯ୍ୟନ୍ତ ବହନ କରୁଛି।ଏହା ସହିତ ପ୍ରଧାନମନ୍ତ୍ରୀ ସକାଳ ସମୟରେ ଗଙ୍ଗା ତଟରେ କିଛି ସମୟ ବ୍ୟତୀତ କରି ମା ଗଙ୍ଗାଙ୍କ ପ୍ରତି କୃତଜ୍ଞତା ଜଣାଇଥିଲେ। ତାଙ୍କର ଏହି ଗସ୍ତ ପଶ୍ଚିମବଙ୍ଗ ର ସାଂସ୍କୃତିକ ଓ ପର୍ଯ୍ୟଟନ ମୂଲ୍ୟକୁ ଆଉ ଏକଥର ଆଲୋକିତ କରିଛି।

