Mon. Dec 23rd, 2024

ନ୍ୟୁଜ ଡେକ୍ସ: ବେଙ୍ଗାଲୁରୁରେ ପ୍ରବଳ ବର୍ଷା କାରଣରୁ ଏକ ନିର୍ମାଣାଧୀନ କୋଠା ଭୁଶୁଡ଼ିବା ପରେ ପାଞ୍ଚ ଜଣଙ୍କର ମୃତ୍ୟୁ ଘଟିଥିବା ବେଳେ ଅନେକ ଲୋକ ଫସି ରହିଛନ୍ତି। ଏହି ଘଟଣା ହେନୁର୍‌ ଅଞ୍ଚଳରେ ଘଟିଛି ବୋଲି ଅଧିକାରୀ କହିଛନ୍ତି। କୋଠା ଭୁଶୁଡ଼ିବା ପରେ ଉଦ୍ଧାର କାର୍ଯ୍ୟ ପାଇଁ ଅଗ୍ନିଶମ ଏବଂ ଜରୁରୀକାଳୀନ ବିଭାଗରୁ ଦୁଇଟି ଉଦ୍ଧାରକାରୀ ବାହିନୀ ନିୟୋଜିତ କରାଯାଇଛି।

ଏନେଇ ଜଣେ ବରିଷ୍ଠ ପୁଲିସ ଅଧିକାରୀ କହିଛନ୍ତି ଯେ ଏଜେନ୍ସିର ସାହାଯ୍ୟରେ ଉଦ୍ଧାର କାର୍ଯ୍ୟ ଚାଲିଛି। ସୂଚନା ମୁତାବକ, ବେଙ୍ଗାଲୁରୁରେ ଗତ କିଛି ଦିନ ହେଲା ପ୍ରବଳ ବର୍ଷା ଜାରି ରହିଛି। ଏଥିପାଇଁ ଜନଜୀବନ ପ୍ରଭାବିତ ହୋଇଛି। ପ୍ରବଳ ବର୍ଷା ଯୋଗୁଁ ମଙ୍ଗଳବାର ସନ୍ଧ୍ୟାରେ ସହରରେ ଏକ ନିର୍ମାଣାଧୀନ ୭ ମହଲା କୋଠା ଭୁଶୁଡ଼ି ପଡ଼ିଛି। ବାବୁସାପାଲିଆଠାରେ ଥିବା ଅଂଜନାଦ୍ରି ଲେଆଉଟରେ ଏହି ଘଟଣା ଘଟିଛି।

ଉପମୁଖ୍ୟମନ୍ତ୍ରୀ ଡି.କେ ଶିବକୁମାର ଏହି ଘଟଣାରେ ପ୍ରତିକ୍ରିୟା ପ୍ରକାଶ କରି କହିଛନ୍ତି ଯେ ଘଟଣା ସମୟରେ ବିଲଡିଂ ଭିତରେ ମୋଟ ୨୧ ଜଣ ଶ୍ରମିକ ଉପସ୍ଥିତ ଥିଲେ ଏବଂ ସେମାନଙ୍କ ମଧ୍ୟରୁ ଜଣଙ୍କର ମୃତ୍ୟୁ ଘଟିଛି। “ମୁଁ ପାଇଥିବା ସୂଚନା ଅନୁଯାୟୀ, ୨୧ ଜଣ ଶ୍ରମିକ ଏଠାରେ ଥିଲେ। ସେମାନଙ୍କ ମଧ୍ୟରୁ ୨୬ ବର୍ଷ ବୟସ୍କ ଅରମାନଙ୍କ ମୃତଦେହ ଉଦ୍ଧାର କରାଯାଇଛି। ଗୋଟିଏ ଦିନରେ ଏଠାରେ ୨୬ ଜଣ ଲୋକ କାମ କରନ୍ତି” ବୋଲି ସେ ଏଏନ୍‌ଆଇକୁ କହିଛନ୍ତି।

Leave a Reply

Your email address will not be published. Required fields are marked *