Tue. Apr 28th, 2026

ନ୍ୟୁଜ ଡେକ୍ସ : ଆସନ୍ତା ପଞ୍ଚାୟତ ନିର୍ବାଚନକୁ ନେଇ ରାଜ୍ୟର ରାଜନୀତି ଗରମ ହୋଇଯାଇଥିବାବେଳେ କଂଗ୍ରେସ ପକ୍ଷରୁ ଏକ ସ୍ପଷ୍ଟ ସ୍ଥିତି ନିର୍ଦ୍ଦିଷ୍ଟ ହୋଇଛି। ପିସିସି ସଭାପତି ଭକ୍ତ ଦାସ ଏହା ସ୍ପଷ୍ଟ କରିଛନ୍ତି ଯେ, ପଞ୍ଚାୟତ ନିର୍ବାଚନରେ କଂଗ୍ରେସ କୌଣସି ଦଳ ସହିତ ମେଣ୍ଟ କରିବ ନାହିଁ। ଦଳ ଏକାକୀ ଭାବେ ନିର୍ବାଚନ ମାଇଦାନକୁ ଉତ୍ତୀର୍ଣ୍ଣ ହେବ ବୋଲି ସେ କହିଛନ୍ତି।

ଭକ୍ତ ଦାସଙ୍କ କଥାନୁସାରେ, କଂଗ୍ରେସ ଦଳ ଏବେ ତଳସ୍ତରରେ ସୁଦୃଢ଼ ହେଉଛି ଏବଂ ଗ୍ରାମ୍ୟ ଅଞ୍ଚଳରେ ଦଳର ପକ୍ଷରେ ଜନମତ ରହିଛି। ସେ କହିଛନ୍ତି ଯେ, ପଞ୍ଚାୟତ ନିର୍ବାଚନ ହେଉଛି ଲୋକାଲ ସ୍ତରର ନିର୍ବାଚନ, ଯେଉଁଠାରେ ଦଳର ନିଜସ୍ୱ ସଂଗଠନ ଓ ଶକ୍ତିର ପରୀକ୍ଷା ହୁଏ। ସେହିପରିସ୍ଥିତିରେ ମେଣ୍ଟ କରିବାର ପ୍ରଶ୍ନ ଉଠେନାହିଁ।ସେ ଆହୁରି କହିଛନ୍ତି ଯେ, ଆସନ୍ତା ବିଧାନସଭା ନିର୍ବାଚନରେ ପରିସ୍ଥିତି ଅନୁଯାୟୀ ଯଦି ଆବଶ୍ୟକ ହୁଏ, ତେବେ ଅନ୍ୟ ଦଳ ସହିତ ବୁଝାବୁଝି କିମ୍ବା ମେଣ୍ଟ ହୋଇପାରେ।

କିନ୍ତୁ ପଞ୍ଚାୟତ ନିର୍ବାଚନରେ ଏହି ପ୍ରଶ୍ନ ଉଠେନାହିଁ ଓ ଦଳ ସ୍ୱତନ୍ତ୍ର ଭାବେ ଲଢ଼ିବାକୁ ପ୍ରସ୍ତୁତ।କଂଗ୍ରେସ ନେତୃତ୍ୱର ଏହି ଘୋଷଣା ପରେ ରାଜନୈତିକ ମହଳରେ ନୂତନ ଚର୍ଚ୍ଚା ଆରମ୍ଭ ହୋଇଛି। ଅନ୍ୟ ପକ୍ଷରେ, ଏହା ଦଳୀୟ କର୍ମୀମାନଙ୍କ ମଧ୍ୟରେ ନୂତନ ଉତ୍ସାହ ସୃଷ୍ଟି କରିଥିବା ଦେଖାଯାଉଛି। ଏବେ ଦେଖିବାକୁ ରହିଲା, କଂଗ୍ରେସର ଏହି ଏକାକୀ ରଣନୀତି ପଞ୍ଚାୟତ ନିର୍ବାଚନରେ କେତେଦୂର ସଫଳ ହୁଏ।

Leave a Reply

Your email address will not be published. Required fields are marked *