Tue. Apr 28th, 2026

ନ୍ୟୁଜ ଡେକ୍ସ : ରାଜ୍ୟରେ ଦଶମ ଓ ଯୁକ୍ତ ଦୁଇ ପରୀକ୍ଷା ଫଳ ପ୍ରକାଶକୁ ନେଇ ଛାତ୍ରଛାତ୍ରୀ ଓ ଅଭିଭାବକମାନଙ୍କ ଅପେକ୍ଷାର ଅବସାନ ହେବାକୁ ଯାଉଛି। ବିଦ୍ୟାଳୟ ଓ ଗଣଶିକ୍ଷା ମନ୍ତ୍ରୀ ନିତ୍ୟାନନ୍ଦ ଗଣ୍ଡ ସୂଚନା ଦେଇଛନ୍ତି ଯେ, ଖୁବ୍ ଶୀଘ୍ର ଏହି ଦୁଇଟି ପରୀକ୍ଷାର ଫଳାଫଳ ପ୍ରକାଶ ପାଇବ।ମନ୍ତ୍ରୀ କହିଛନ୍ତି ଯେ, ଚଳିତ ବର୍ଷ ପରୀକ୍ଷା ସୁଚାରୁ ଓ ତ୍ରୁଟିବିହୀନ ଭାବେ ସମ୍ପନ୍ନ ହୋଇଛି।

ସମସ୍ତ ପ୍ରକ୍ରିୟାକୁ ସଠିକ୍ ଭାବେ ସମ୍ପାଦନ କରିବା ପରେ ରେଜଲ୍ଟ ପ୍ରକାଶ ପାଇଁ ପ୍ରସ୍ତୁତି ଚାଲିଛି ଏବଂ ଯଥା ସମୟରେ ଫଳାଫଳ ଘୋଷଣା କରାଯିବ।ସୂଚନା ଅନୁଯାୟୀ, ଏହି ବର୍ଷ ରାଜ୍ୟରେ ପ୍ରାୟ ୫ ଲକ୍ଷ ୬୦ ହଜାର ଛାତ୍ରଛାତ୍ରୀ ମାଟ୍ରିକ୍ ପରୀକ୍ଷା ଦେଇଛନ୍ତି। ସେମାନଙ୍କ ଭବିଷ୍ୟତ ସହିତ ଜଡିତ ଏହି ଫଳାଫଳକୁ ନେଇ ଉତ୍ସୁକତା ବଢ଼ିଛି।

ଏହା ସହିତ ମନ୍ତ୍ରୀ ଚଳିତ ଗ୍ରୀଷ୍ମ ତାପଦାହକୁ ଦୃଷ୍ଟିରେ ରଖି ଛାତ୍ରଛାତ୍ରୀଙ୍କୁ ସତର୍କ କରିଛନ୍ତି। ଖରା ଛୁଟି ସମୟରେ ଅତ୍ୟଧିକ ତାପମାତ୍ରା ଥିବାରୁ ବାହାରେ ଅପରିହାର୍ଯ୍ୟ କାମ ଛାଡ଼ି ନଯିବାକୁ ଓ ଘରେ ରହି ପଢ଼ାଶୁଣାରେ ଧ୍ୟାନ ଦେବାକୁ ପରାମର୍ଶ ଦେଇଛନ୍ତି।ପରୀକ୍ଷା ଫଳ ପ୍ରକାଶ ପରେ ଛାତ୍ରଛାତ୍ରୀମାନେ ତାଙ୍କର ଆଗାମୀ ଶିକ୍ଷା ଯାତ୍ରା ପାଇଁ ପ୍ରସ୍ତୁତ ହେବେ ବୋଲି ଆଶା କରାଯାଉଛି।

Leave a Reply

Your email address will not be published. Required fields are marked *