Thu. Apr 30th, 2026

ନ୍ୟୁଜ ଡେକ୍ସ : ନ୍ୟାସନାଲ୍‌ ଟେଷ୍ଟିଂ ଏଜେନ୍ସି ପରିଚାଳିତ ଜାତୀୟ ଯୋଗ୍ୟତା ତଥା ପ୍ରବେଶିକା ପରୀକ୍ଷା ନିଟ୍‌ ଆସନ୍ତା ମେ’ ୩ ତାରିଖରେ ଅନୁଷ୍ଠିତ ହେବ। ଏମ୍‌ବିବିଏସ୍‌, ବିଡିଏସ୍‌, ବିଏଚ୍‌ଏମ୍‌ଏସ୍‌ ଏବଂ ବିଏଏମ୍‌ଏସ୍‌ ପାଠ୍ୟକ୍ରମରେ ନାମଲେଖା ପାଇଁ ଏହି ପ୍ରବେଶିକା ପରୀକ୍ଷା ଆୟୋଜିତ ହେଉଛି।ପରୀକ୍ଷା ପାଇଁ ଆଡମିଟ୍‌ କାର୍ଡ ଉପଲବ୍ଧ ହୋଇଥିବାବେଳେ, ଛାତ୍ରଛାତ୍ରୀମାନେ ଏନ୍‌ଟିଏର ଅଧିକୃତ ୱେବସାଇଟ୍‌କୁ ଯାଇ ତାହା ଡାଉନଲୋଡ କରିପାରିବେ।

ପରୀକ୍ଷା ଦିନ ଅପରାହ୍ଣ ୨ଟାରୁ ଆରମ୍ଭ ହୋଇ ସନ୍ଧ୍ୟା ୫ଟା ପର୍ଯ୍ୟନ୍ତ ଚାଲିବ। ପରୀକ୍ଷାର୍ଥୀମାନେ ପୂର୍ବାହ୍ଣ ୧୧ଟାରୁ ଅପରାହ୍ଣ ସାଢ଼େ ୧ଟା ମଧ୍ୟରେ ପରୀକ୍ଷା କେନ୍ଦ୍ରକୁ ପ୍ରବେଶ କରିବାକୁ ପଡିବ।ନିୟମାବଳୀ ଅନୁଯାୟୀ, ପରୀକ୍ଷାର୍ଥୀମାନେ ପରୀକ୍ଷା କେନ୍ଦ୍ରକୁ ଜୋତା ପିନ୍ଧି ଯିବାକୁ ନିଷେଧ ରହିଛି। ସ୍ଲିପର କିମ୍ବା ଚପଲ ପିନ୍ଧି ଯିବାକୁ ପରାମର୍ଶ ଦିଆଯାଇଛି। ଏହାସହ ସ୍ମାର୍ଟଫୋନ୍‌, ସ୍ମାର୍ଟୱାଚ୍‌, କ୍ୟାମେରା, କାଲ୍‌କୁଲେଟର ଓ ନୋଟବୁକ୍‌ ଭଳି ସାମଗ୍ରୀ ପରୀକ୍ଷା କେନ୍ଦ୍ର ଭିତରକୁ ନେବାକୁ ମନା ହୋଇଛି।

ପରୀକ୍ଷାର୍ଥୀମାନେ ବେଲ୍ଟ ଓ ଅଳଙ୍କାର ପିନ୍ଧିବାରୁ ମଧ୍ୟ ବିରତ ରହିବେ।ରାଜ୍ୟର ଅନୁଗୋଳ, ବାଲେଶ୍ୱର, ବ୍ରହ୍ମପୁର, ଭୁବନେଶ୍ୱର, କଟକ, ରାଉରକେଲା, ସମ୍ବଲପୁର, ବଲାଙ୍ଗିର, ଭବାନୀପାଟଣା, କେନ୍ଦୁଝର, ଜୟପୁର, ମାଲକାନଗିରି, ପାରଳାଖେମୁଣ୍ଡି, ଫୁଲବାଣୀ, ରାୟଗଡ଼ା, ପୁରୀ, ବରଗଡ଼, ବାରିପଦା, ଭଦ୍ରକ ଏବଂ ଯାଜପୁରରେ ପରୀକ୍ଷା କେନ୍ଦ୍ର ବ୍ୟବସ୍ଥା କରାଯାଇଛି। ଛାତ୍ରଛାତ୍ରୀମାନେ ସମୟରୁ ପୂର୍ବରୁ କେନ୍ଦ୍ରକୁ ପହଞ୍ଚି ନିୟମାବଳୀ ଅନୁସରଣ କରିବାକୁ କୁହାଯାଇଛି।

Leave a Reply

Your email address will not be published. Required fields are marked *