Thu. Apr 30th, 2026

ନ୍ୟୁଜ ଡେକ୍ସ : ଆଜି ବିଧାନସଭାର ଦିନିକିଆ ସ୍ୱତନ୍ତ୍ର ଅଧିବେଶନକୁ ଦୃଷ୍ଟିରେ ରଖି ସୁରକ୍ଷା ବ୍ୟବସ୍ଥାକୁ କଡାକଡି କରାଯାଇଛି। ତ୍ରିସ୍ତରୀୟ ସୁରକ୍ଷା ବ୍ୟବସ୍ଥା ସହ ୩୦ ପ୍ଲାଟୁନ୍ ପୋଲିସ ଫୋର୍ସ ମୁତୟନ କରାଯିବ। ବିଧାନସଭା ପରିସର ଓ ଆଖପାଖ ଅଞ୍ଚଳର ସୁରକ୍ଷା ବ୍ୟବସ୍ଥାକୁ ପୋଲିସ କମିସନର ନିଜେ ତଦାରଖ କରିଛନ୍ତି।ଏହି ଅବସରରେ ଅତିରିକ୍ତ ପୋଲିସ କମିଶନର ସହ ଅନ୍ୟାନ୍ୟ ବରିଷ୍ଠ ଅଧିକାରୀମାନେ ମଧ୍ୟ ସୁରକ୍ଷା ବ୍ୟବସ୍ଥାର ସମୀକ୍ଷା କରିଛନ୍ତି।

କମିଶନରେଟ ପୋଲିସ ପକ୍ଷରୁ ସମଗ୍ର ବ୍ୟବସ୍ଥାକୁ ଅଧିକ ସଚେତନ ଓ ସଜାଗ ରଖାଯାଇଛି।ଅଧିବେଶନ ସମୟରେ ୧୦୦ରୁ ଅଧିକ ଅଧିକାରୀଙ୍କୁ ନିଯୁକ୍ତ କରାଯାଇଥିବା ବେଳେ ଷ୍ଟ୍ରାଇକିଂ ଫୋର୍ସ, ଏସଟିୟୁ, ବୋମା ନିଷ୍କ୍ରିୟକାରୀ ଦଳ, ଡଗ ସ୍କ୍ୱାଡ ଓ ଅଗ୍ନିଶମ ବାହିନୀକୁ ମଧ୍ୟ ସଜାଗ ରଖାଯାଇଛି।

ଅଧିବେଶନ ଆରମ୍ଭ ପୂର୍ବରୁ ବିଧାନସଭା ଓ ପାଶ୍ୱର୍ବତୀ ଅଞ୍ଚଳକୁ ପୋଲିସ ଛାଉଣୀରେ ପରିଣତ କରାଯାଇଥିବା ସହ ବ୍ୟାରିକେଡିଂ ବ୍ୟବସ୍ଥା କରାଯାଇଛି। ଲୋୟର ପିଏମଜି ଅଞ୍ଚଳରେ ୧୪୪ ଧାରା ଜାରି କରାଯାଇଛି। ସିସିଟିଭି ସର୍ଭେଲାନ୍ସ ମାଧ୍ୟମରେ ସମଗ୍ର ଅଞ୍ଚଳକୁ କଡା ନଜରରେ ରଖାଯାଇଥିବା ବେଳେ ପୋଲିସ ପ୍ରଶାସନ ପକ୍ଷରୁ ସୁରକ୍ଷା ନେଇ କୌଣସି ଅବହେଳା ନ କରାଯିବାକୁ କୁହାଯାଇଛି।

Leave a Reply

Your email address will not be published. Required fields are marked *