Fri. May 1st, 2026

ନ୍ୟୁଜ ଡେକ୍ସ : ଆଜିକାଲି କ୍ରେଡିଟ୍ କାର୍ଡ ବ୍ୟବହାର ବଡ଼ ସହର ସହିତ ଛୋଟ ସହରମାନଙ୍କରେ ମଧ୍ୟ ଦିନକୁ ଦିନ ବଢ଼ୁଛି। ସପିଂ ଠାରୁ ଆରମ୍ଭ କରି ବିଦ୍ୟୁତ୍ ଓ ପାଣି ବିଲ୍ ପର୍ଯ୍ୟନ୍ତ ଲୋକେ ସହଜରେ କ୍ରେଡିଟ୍ କାର୍ଡ ବ୍ୟବହାର କରୁଛନ୍ତି। କିନ୍ତୁ ବ୍ୟସ୍ତ ଜୀବନ ଶୈଳୀ ମଧ୍ୟରେ ଅନେକ ସମୟରେ ଦେୟ ତାରିଖ ଭୁଲିଯିବାରୁ ବ୍ୟବହାରକାରୀମାନେ ବିଳମ୍ବ ଶୁଳ୍କର ସମସ୍ୟାରେ ପଡ଼ୁଥିଲେ।

ଏହି ପରିସ୍ଥିତିକୁ ଦୃଷ୍ଟିରେ ରଖି ଭାରତୀୟ ରିଜର୍ଭ ବ୍ୟାଙ୍କ ନୂତନ ନିୟମ ଆଣିଛି, ଯାହା କ୍ରେଡିଟ୍ କାର୍ଡ ଗ୍ରାହକମାନଙ୍କୁ ବଡ଼ ଆଶ୍ୱସ୍ତି ଦେଇଛି। ଏହି ନିୟମ ଅନୁଯାୟୀ, ବିଲ୍ ଦେୟ ତାରିଖ ପାର୍ ହେଲେ ମଧ୍ୟ ବ୍ୟାଙ୍କଗୁଡ଼ିକ ତୁରନ୍ତ ବିଳମ୍ବ ଶୁଳ୍କ ଆଦାୟ କରିପାରିବେ ନାହିଁ।ନୂତନ ବ୍ୟବସ୍ଥା ଅନୁସାରେ ବ୍ୟାଙ୍କମାନେ ଗ୍ରାହକଙ୍କୁ କମରେ କମ୍ ୩ ଦିନର ଗ୍ରେସ୍ ପିରିୟଡ୍ ଦେବାକୁ ପଡ଼ିବ।

ଉଦାହରଣ ସ୍ୱରୂପ, ଯଦି ବିଲ୍ ପେମେଣ୍ଟର ଶେଷ ତାରିଖ ୫ ତାରିଖ ଥାଏ, ତେବେ ୮ ତାରିଖ ପର୍ଯ୍ୟନ୍ତ ଗ୍ରାହକ ବିନା କୌଣସି ବିଳମ୍ବ ଶୁଳ୍କରେ ପେମେଣ୍ଟ କରିପାରିବେ।ଏହି ଅତିରିକ୍ତ ସମୟ ମଧ୍ୟରେ ପେମେଣ୍ଟ କରାଯାଇଲେ ଗ୍ରାହକଙ୍କ ଆକାଉଣ୍ଟକୁ ଅତିରିକ୍ତ ଶୁଳ୍କ ଲାଗୁ ହେବ ନାହିଁ। ଏହା ଫଳରେ ଅନେକ ଗ୍ରାହକ ଅନାବଶ୍ୟକ ଜରିମାନାରୁ ରକ୍ଷା ପାଇବେ। ରିଜର୍ଭ ବ୍ୟାଙ୍କର ଏହି ପଦକ୍ଷେପ ଡିଜିଟାଲ୍ ଲେନଦେନକୁ ଆହୁରି ସହଜ ଓ ଗ୍ରାହକ-ବନ୍ଧବ କରିବା ଦିଗରେ ଏକ ଗୁରୁତ୍ୱପୂର୍ଣ୍ଣ ପଦକ୍ଷେପ ବୋଲି ମନେ କରାଯାଉଛି।

Leave a Reply

Your email address will not be published. Required fields are marked *