Sun. May 3rd, 2026

ନ୍ୟୁଜ ଡେକ୍ସ : ଜାତୀୟ ଯୋଗ୍ୟତା ସହ ପ୍ରବେଶିକା ପରୀକ୍ଷା NEET UG ୨୦୨୬ ରବିବାର ମେ ୩ ତାରିଖରେ ଅନୁଷ୍ଠିତ ହେବ । ଏହି ମେଡିକାଲ ପ୍ରବେଶିକା ପରୀକ୍ଷା ଅପରାହ୍ନ ୨ ଟାରୁ ୫.୨୦ ପର୍ଯ୍ୟନ୍ତ ଗୋଟିଏ ସିଫ୍ଟରେ ହେବାକୁ ଯାଉଛି ।ପରୀକ୍ଷା କେନ୍ଦ୍ରର ଗେଟ୍ ଦିନ ୧୨ ଟାରେ ଖୋଲିବ ଏବଂ ପ୍ରାର୍ଥୀମାନଙ୍କୁ ଅଧ ଘଣ୍ଟାରୁ ଏକ ଘଣ୍ଟା ପୂର୍ବରୁ କେନ୍ଦ୍ରରେ ପହଞ୍ଚିବାକୁ ପରାମର୍ଶ ଦିଆଯାଇଛି ।

ଶେଷ ରିପୋର୍ଟିଂ ସମୟ ଅପରାହ୍ନ ୧.୩୦ ଟା ନିର୍ଦ୍ଧାରିତ ହୋଇଛି, ଏହାପରେ କେନ୍ଦ୍ରର ଗେଟ୍ ବନ୍ଦ ରହିବ ।ପ୍ରାର୍ଥୀମାନଙ୍କୁ ପରୀକ୍ଷା କେନ୍ଦ୍ରକୁ ଯିବାବେଳେ ଆଡମିଟ୍ କାର୍ଡ ନିହାତି ବହନ କରିବାକୁ ପଡିବ । ହଲ୍ ଟିକେଟ୍ ବିନା କୌଣସି ପ୍ରାର୍ଥୀଙ୍କୁ ପରୀକ୍ଷାରେ ବସିବାକୁ ଅନୁମତି ମିଳିବ ନାହିଁ । ଏହା ସହିତ ସରକାରୀ ଫଟୋ ପରିଚୟପତ୍ର ଯଥା PAN କାର୍ଡ କିମ୍ବା ଭୋଟର ଆଇଡି ନେଇଯିବାକୁ କୁହାଯାଇଛି । ପରୀକ୍ଷା କେନ୍ଦ୍ରରେ ସୁରକ୍ଷା ବ୍ୟବସ୍ଥା କଠୋର ରହିବ । ସ୍ମାର୍ଟଫୋନ୍, ବ୍ଲୁଟୁଥ୍ ଡିଭାଇସ୍, ଇୟାରଫୋନ୍, ପେଜର ଭଳି ସମସ୍ତ ଇଲେକ୍ଟ୍ରୋନିକ୍ ସାମଗ୍ରୀ ନେଇଯିବା ନିଷିଦ୍ଧ । ଏହି ପ୍ରକାର ଜିନିଷ ପାଇଁ କେନ୍ଦ୍ରରେ କୌଣସି ସଂରକ୍ଷଣ ବ୍ୟବସ୍ଥା ରହିବ ନାହିଁ ।ଡ୍ରେସ୍ କୋଡ୍ ସମ୍ବନ୍ଧରେ ମଧ୍ୟ ନିୟମ ଜାରି ହୋଇଛି ।

ପ୍ରାର୍ଥୀମାନେ ସାଧାରଣ ଓ ସରଳ ପୋଶାକ ପିନ୍ଧିବାକୁ ପଡିବ । କ୍ୟାପ୍, ମଫଲର୍, ମୁଣ୍ଡ ଢାକିବା ଜିନିଷ, ଅଳଙ୍କାର ପିନ୍ଧିବାକୁ ମନା କରାଯାଇଛି । ଜୋତା ପିନ୍ଧିବା ପରିବର୍ତ୍ତେ ସାଧାରଣ ସ୍ଲିପର୍ ବା ସାଣ୍ଡେଲ ପିନ୍ଧିବାକୁ ପରାମର୍ଶ ଦିଆଯାଇଛି । ହାତରେ ମେହେନ୍ଦି ନ ଥିବା ଉଚିତ ଏବଂ ହ୍ୟାଣ୍ଡବ୍ୟାଗ୍ କିମ୍ବା ପର୍ସ ନେଇଯିବାକୁ ମନା କରାଯାଇଛି ।ପ୍ରାର୍ଥୀମାନଙ୍କୁ ସମସ୍ତ ନିୟମକୁ ମାନି ସମୟରେ ପରୀକ୍ଷା କେନ୍ଦ୍ରରେ ପହଞ୍ଚିବାକୁ ପରାମର୍ଶ ଦିଆଯାଇଛି । ଅଧିକ ସୂଚନା ପାଇଁ ଅଫିସିଆଲ୍ ୱେବସାଇଟ୍ neet.nta.nic.in ପରିଦର୍ଶନ କରିବାକୁ କୁହାଯାଇଛି ।

Leave a Reply

Your email address will not be published. Required fields are marked *