Sat. Jun 6th, 2026

ନ୍ୟୁଜ ଡେକ୍ସ : ପଶ୍ଚିମବଙ୍ଗରେ ବିଜୟ ନିଶ୍ଚିତ ହୋଇପଡିଥିବା ପରେ ବିଜେପି ଶିବିରରେ ଖୁସିର ଲହରୀ ଖେଳିଯାଇଛି। ସୋମବାର ରାଜ୍ୟର ବିଭିନ୍ନ ସ୍ଥାନରେ ବିଜେପି କର୍ମକର୍ତ୍ତା ଓ ସମର୍ଥକମାନେ ମାଛ ତରକାରି ଭୋଜି ଜରିଆରେ ବିଜୟ ଉତ୍ସବ ପାଳନ କରୁଥିବା ଦେଖିବାକୁ ମିଳିଛି।ପଶ୍ଚିମବଙ୍ଗରେ ମାଛ ହେଉଛି ସ୍ଥାନୀୟ ଲୋକଙ୍କର ସବୁଠୁ ପ୍ରିୟ ଆମିଷ ଖାଦ୍ୟ।

ଏହି ପରିପ୍ରେକ୍ଷିତରେ ନିର୍ବାଚନ ପ୍ରଚାର ସମୟରେ ମାଛକୁ ନେଇ ରାଜନୈତିକ ତର୍କ ବିତର୍କ ମଧ୍ୟ ଦେଖିବାକୁ ମିଳିଥିଲା। ଟିଏମ୍‌ସି ସୁପ୍ରିମୋ ଏବଂ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ଏକ ସଭାରେ କହିଥିଲେ ଯେ ବିଜେପି କ୍ଷମତାରେ ଆସିଲେ ବଙ୍ଗବାସୀଙ୍କ ଭୋଜନ ତାଲିକାରୁ ମାଛ ହଟିଯାଇପାରେ, କାରଣ ଦଳ ଆମିଷ ଖାଦ୍ୟ ଉପରେ କଟକଣା ଲାଗୁ କରିପାରେ।

କିନ୍ତୁ ବିଜେପିର ବିଜୟ ସ୍ପଷ୍ଟ ହେବା ପରେ ଏହି ଆଶଙ୍କାକୁ ନେଇ ଦଳୀୟ ସମର୍ଥକମାନେ ଅନ୍ୟ ଧରଣର ସନ୍ଦେଶ ଦେଇଛନ୍ତି। ଜଣେ ସମର୍ଥକ ସାମାଜିକ ଗଣମାଧ୍ୟମରେ ଭାତ-ମାଛ ଭୋଜିର ଏକ ଭିଡିଓ ଅପ୍‌ଲୋଡ କରିଛନ୍ତି। ସେଥିରେ ଭାତ, ମସୁର ଡାଲି, ଦହିରେ ପ୍ରସ୍ତୁତ ଭାକୁଡ ମାଛ ତରକାରି, ମାଛ ମୁଣ୍ଡ ଭଜା ଏବଂ ଚଟଣି ଥିବା ଦେଖିବାକୁ ମିଳିଛି। ଏହି ଘଟଣା ରାଜନୈତିକ ପରିପ୍ରେକ୍ଷିତରେ ମାଛ ଭୋଜନକୁ ନେଇ ଚର୍ଚ୍ଚାକୁ ଆହୁରି ତିବ୍ର କରିଛି।

Leave a Reply

Your email address will not be published. Required fields are marked *