Mon. May 4th, 2026

ନ୍ୟୁଜ ଡେକ୍ସ : ଆସନ୍ତା ମେ ୫ ତାରିଖରେ ଆପ ଛାଡି ବିଜେପିରେ ଯୋଗ ଦେଇଥିବା ରାଜ୍ୟସଭା ସାଂସଦ ରାଘବ ଚଢା ରାଷ୍ଟ୍ରପତି ଦ୍ରୌପଡୀ ମୁର୍ମୁଙ୍କୁ ଭେଟିବେ ବୋଲି ସୂଚନା ମିଳିଛି। ମିଳିଥିବା ତଥ୍ୟ ଅନୁସାରେ, ପଞ୍ଜାବ ସରକାର ଦ୍ୱାରା ରାଜନୈତିକ ପ୍ରତିଶୋଧ ନେବା ଉଦ୍ଦେଶ୍ୟରେ ସରକାରୀ ଯନ୍ତ୍ରଣାର ଅପବ୍ୟବହାର କରାଯାଉଛି ବୋଲି ସେ ରାଷ୍ଟ୍ରପତିଙ୍କୁ ଅବଗତ କରିବେ। ଏହା ପାଇଁ ରାଷ୍ଟ୍ରପତିଙ୍କ ପକ୍ଷରୁ ସେଠାରେ ସମୟ ଦିଆଯାଇଛି।

ଗତ ମାସରେ ରାଘବ ଚଢା, ସନ୍ଦୀପ ପାଠକ ଓ ଅଶୋକ ମିତ୍ତଲ ଆପ ଛାଡି ବିଜେପିରେ ଯୋଗ ଦେଇଥିଲେ। ଏହା ସହ ପୂର୍ବତନ କ୍ରିକେଟର ହରଭଜନ ସିଂହ, ରାଜିନ୍ଦର ଗୁପ୍ତା, ବିକ୍ରମଜିତ ସିଂହ ସାହାନି ଏବଂ ସ୍ୱାତୀ ମାଲିୱାଲ ମଧ୍ୟ ବିଜେପିରେ ସମ୍ମିଳିତ ହୋଇଥିଲେ।ଏହି ପରିସ୍ଥିତିରେ ପଞ୍ଜାବ ମୁଖ୍ୟମନ୍ତ୍ରୀ ଭଗବନ୍ତ ମାନ ମଧ୍ୟ ସେହି ଦିନ ରାଷ୍ଟ୍ରପତିଙ୍କୁ ଭେଟିବାର କାର୍ଯ୍ୟକ୍ରମ ରଖିଛନ୍ତି। ସେ କହିଛନ୍ତି ଯେ, ପଞ୍ଜାବର ଜନମତ ଓ ଗଣତାନ୍ତ୍ରିକ ମୂଲ୍ୟବୋଧକୁ ସୁରକ୍ଷା କରିବା ପାଇଁ ଏହି ବୈଠକ ଗୁରୁତ୍ୱପୂର୍ଣ୍ଣ। ଏପରିବେଳେ ଶନିବାର ପଞ୍ଜାବ ପୁଲିସ ସନ୍ଦୀପ ପାଠକଙ୍କ ବିରୋଧରେ ଜାମିନ ବିହୀନ ଅପରାଧ ମାମଲାରେ ଦୁଇଟି ଏଫଆଇଆର ଦାଖଲ କରିଛି।

ଏହି ଏଫଆଇଆରଗୁଡିକ ପଞ୍ଜାବର ବିଭିନ୍ନ ଜିଲ୍ଲାରେ ରଜିଷ୍ଟ୍ରି କରାଯାଇଛି।ଏହାକୁ ନେଇ ବିଜେପି ଓ ଶିରୋମଣି ଅକାଳୀ ଦଳ ପକ୍ଷରୁ ତୀବ୍ର ପ୍ରତିକ୍ରିୟା ଆସିଛି। ସେମାନେ ଏହି ଏଫଆଇଆରକୁ ରାଜନୈତିକ ପ୍ରତିଶୋଧ ବୋଲି କହିଛନ୍ତି। ପଞ୍ଜାବ ବିଜେପି କାର୍ଯ୍ୟକାରୀ ସଭାପତି ଅଶ୍ୱନୀ ଶର୍ମା ଅଭିଯୋଗ କରିଛନ୍ତି ଯେ, ଆପ ସରକାର ପୋଲିସକୁ ବ୍ୟବହାର କରି ବିରୋଧୀମାନଙ୍କୁ ଚୁପ୍ କରିବାର ଚେଷ୍ଟା କରୁଛି। ସେ ମୁଖ୍ୟମନ୍ତ୍ରୀ ଭଗବନ୍ତ ମାନଙ୍କୁ ପଞ୍ଜାବକୁ “ପୁଲିସ ରାଜ୍ୟ”ରେ ପରିଣତ କରିବାର ଅଭିଯୋଗ ମଧ୍ୟ କରିଛନ୍ତି।

Leave a Reply

Your email address will not be published. Required fields are marked *