ନ୍ୟୁଜ ଡେକ୍ସ : ପଶ୍ଚିମବଙ୍ଗରେ ଚାଲିଥିବା ଭୋଟ ଗଣତିରେ ରାଜନୈତିକ ପରିସ୍ଥିତି ରୋମାଞ୍ଚକର ରୂପ ନେଇଛି। ମମତା ବାନାର୍ଜୀଙ୍କ ଗଡ଼ ଭବାନୀପୁରରେ ବିଜେପି ନେତା ଶୁଭେନ୍ଦୁ ଅଧିକାରୀ ପ୍ରାରମ୍ଭିକ ରାଉଣ୍ଡରେ ଆଗୁଆ ରହିଥିବା ଖବର ମିଳିଛି। ଏଥିରେ ମମତାଙ୍କ ଶିବିରରେ ଚିନ୍ତା ବଢ଼ିଛି। ଟିଏମସିର ଦୃଢ଼ ଗଡ଼ରେ ମଧ୍ୟ ବିଜେପିର ଭଲ ପ୍ରଦର୍ଶନ ଦେଖିବାକୁ ମିଳିଥିବାରୁ ରାଜନୈତିକ ଲଢେ଼ଇ ଅଧିକ ତୀବ୍ର ହୋଇଉଠିଛି।
ଏହା ସହିତ ସମଗ୍ର ପଶ୍ଚିମବଙ୍ଗରେ କଡ଼ା ଟକ୍କର ଲାଗିରହିଛି। ପ୍ରାରମ୍ଭିକ ଧାରା ଅନୁସାରେ ବିଜେପି ୧୧୮ଟି ଆସନରେ ଆଗେଇ ଥିବାବେଳେ ଟିଏମସି ୧୦୭ଟି ଆସନରେ ଆଗୁଆ ରହିଛି।ଅନ୍ୟପଟେ ତାମିଲନାଡୁରେ ବଡ଼ ରାଜନୈତିକ ପରିବର୍ତ୍ତନର ସଙ୍କେତ ମିଳୁଛି। ମୁଖ୍ୟମନ୍ତ୍ରୀ ଏମ କେ ଷ୍ଟାଲିନଙ୍କୁ ପଛରେ ପକାଇ ସୁପରଷ୍ଟାର ବିଜୟଙ୍କ ଦଳ ଟିଭିକେ ଆଗୁଆ ରହିଛି। ପ୍ରାରମ୍ଭିକ ଗଣତିରେ ଟିଭିକେ ୭୫ଟି ଆସନରେ ଆଗେଇ ଥିବାବେଳେ ଡିଏମକେ ୬୮ଟି ଆସନରେ ଆଗୁଆ ରହିଛି।
ନିର୍ବାଚନ ପୂର୍ବରୁ ପ୍ରତିକୂଳ ସ୍ଥିତିରେ ଥିବା ବିଜୟଙ୍କ ପାଇଁ ଏହା ଏକ ବଡ଼ ସଫଳତା ବୋଲି ମନେ କରାଯାଉଛି।ସେହିପରି କେରଳରେ ଏଲଡ଼ିଏଫ ଓ ୟୁଡ଼ିଏଫ ମଧ୍ୟରେ ମଧ୍ୟ କଡ଼ା ପ୍ରତିସ୍ପର୍ଧା ଚାଲିଛି। ସମଗ୍ର ଦେଶରେ ଭୋଟ ଗଣତି ଚାଲିଥିବାବେଳେ ଅନ୍ତିମ ଫଳାଫଳ କେମିତି ହେବ ତାହା ଉପରେ ସମସ୍ତଙ୍କ ଦୃଷ୍ଟି ରହିଛି।

