Mon. May 4th, 2026

ନ୍ୟୁଜ ଡେକ୍ସ : ତାମିଲନାଡୁରେ ଭୋଟ ଗଣତିକୁ ନେଇ ବଡ଼ ରାଜନୈତିକ ହଲଚଲ ସୃଷ୍ଟି ହୋଇଛି। ମୁଖ୍ୟମନ୍ତ୍ରୀ ଏମ କେ ଷ୍ଟାଲିନଙ୍କ ଦଳକୁ ପଛରେ ପକାଇ ଦେଇଛନ୍ତି ସୁପରଷ୍ଟାର ବିଜୟଙ୍କ ଦଳ ଟିଭିକେ। ନିର୍ବାଚନ ପୂର୍ବରୁ ପ୍ରତିକୂଳ ପରିସ୍ଥିତିର ସାମ୍ନା କରୁଥିବା ବିଜୟଙ୍କ ପାଇଁ ଏହା ଏକ ବଡ଼ ରାଜନୈତିକ ସଫଳତା ବୋଲି ଦେଖାଯାଉଛି।ପ୍ରାରମ୍ଭିକ ଗଣତି ଅନୁସାରେ ଟିଭିକେ ୭୫ଟି ଆସନରେ ଆଗୁଆ ଥିବାବେଳେ ଡିଏମକେ ୬୮ଟି ଆସନରେ ଆଗୁଆ ରହିଛି।

ଏହା ସହିତ ବର୍ତ୍ତମାନ ପର୍ଯ୍ୟନ୍ତ ଗଣତି ହୋଇଥିବା ଆସନମାନଙ୍କ ମଧ୍ୟରେ ଡିଏମକେ ୫୪ଟି ଆସନରେ ଆଗେଇ ଥିବାବେଳେ ଏଆଇଡ଼ିଏମକେ ୨୮ଟି ଓ ଟିଭିକେ ୩୨ଟି ଆସନରେ ଆଗୁଆ ରହିଛି। ଯଦି ଏହି ଧାରା ଜାରି ରହେ, ତେବେ ବିଜୟଙ୍କ ଟିଭିକେ ରାଜ୍ୟରେ କିଙ୍ଗମେକର ଭୂମିକା ନେଇପାରେ ବୋଲି ରାଜନୈତିକ ମହଳରେ ଚର୍ଚ୍ଚା ଚାଲିଛି।ଅନ୍ୟପଟେ, ପଶ୍ଚିମବଙ୍ଗରେ ବି ରାଜନୈତିକ ଲଢେ଼ଇ ତୀବ୍ର ହୋଇଉଠିଛି।

ଏଠାରେ ବିଜେପି ୧୧୮ଟି ଆସନରେ ଆଗେଇ ଥିବାବେଳେ ଟିଏମସି ୧୦୭ଟି ଆସନରେ ଆଗୁଆ ରହିଛି, ଯାହା ଦୁଇ ଦଳ ମଧ୍ୟରେ କଡ଼ା ଟକ୍କରକୁ ପ୍ରକାଶ କରୁଛି। ସେହିପରି କେରଳରେ ମଧ୍ୟ ଏଲଡ଼ିଏଫ ଓ ୟୁଡ଼ିଏଫ ମଧ୍ୟରେ କଡ଼ା ପ୍ରତିସ୍ପର୍ଧା ଦେଖିବାକୁ ମିଳିଛି। ସମଗ୍ର ଦେଶରେ ଭୋଟ ଗଣତି ପ୍ରକ୍ରିୟା ଜାରି ରହିଥିବାବେଳେ ଅନ୍ତିମ ଫଳାଫଳ କେମିତି ହେବ ତାହାକୁ ନେଇ ଉତ୍ସୁକତା ବଢ଼ିଚାଲିଛି।

Leave a Reply

Your email address will not be published. Required fields are marked *