ନ୍ୟୁଜ ଡେକ୍ସ : ଆଜି ସୁଭଦ୍ରା ଯୋଜନାରେ ବଞ୍ଚିତ ରହିଥିବା ୧ ଲକ୍ଷ ୨୩ ହଜାର ୮୪୯ ଜଣ ହିତାଧିକାରୀଙ୍କୁ ସହାୟତା ରାଶି ପ୍ରଦାନ କରାଯିବ। ଏନେଇ ଉପମୁଖ୍ୟମନ୍ତ୍ରୀ ପ୍ରଭାତି ପରିଡ଼ା ସୂଚନା ଦେଇଛନ୍ତି।ପୂର୍ବରୁ ସୁଭଦ୍ରା ଯୋଜନାର ଚାରିଟି କିସ୍ତି ମାଧ୍ୟମରେ ମହିଳାମାନଙ୍କ ବ୍ୟାଙ୍କ ଖାତାକୁ ପ୍ରତ୍ୟେକ କିସ୍ତିରେ ୫ ହଜାର ଟଙ୍କା ହିସାବରେ ସହାୟତା ରାଶି ଜମା କରାଯାଇଥିଲା।
ଏହା ଦ୍ୱାରା ଅନେକ ମହିଳା ଆର୍ଥିକ ଭାବେ ସଶକ୍ତ ହୋଇପାରିଛନ୍ତି।ଏହା ସହିତ ସରକାର ପକ୍ଷରୁ ସୁଭଦ୍ରା ଯୋଜନାର ନୂତନ ପଞ୍ଜିକରଣ ପାଇଁ ଅବସର ମଧ୍ୟ ଦିଆଯାଇଥିଲା। ଏପ୍ରିଲ୍ ୧ ତାରିଖରୁ ଆରମ୍ଭ ହୋଇଥିବା ପଞ୍ଜିକରଣ ପ୍ରକ୍ରିୟା ଏପ୍ରିଲ୍ ୩୦ରେ ସମାପ୍ତ ହୋଇଥିଲା।
ଯେଉଁମାନେ ପୂର୍ବରୁ କୌଣସି କାରଣବଶତଃ ଆବେଦନ କରିପାରିନଥିଲେ, ସେମାନଙ୍କୁ ଏହି ସମୟସୀମା ମଧ୍ୟରେ ଆବେଦନ କରିବାର ସୁଯୋଗ ମିଳିଥିଲା।ଆଜିର ସହାୟତା ବଣ୍ଟନ ସହିତ ବଞ୍ଚିତ ହିତାଧିକାରୀମାନେ ଯୋଜନାର ଲାଭ ପାଇବେ ବୋଲି ସରକାର ଆଶା ପ୍ରକାଶ କରିଛନ୍ତି।

