ନ୍ୟୁଜ ଡେକ୍ସ : କେନ୍ଦ୍ରୀୟ ମାଧ୍ୟମିକ ଶିକ୍ଷା ପରିଷଦ ସିବିଏସ୍ଇ ଦ୍ବାରା ପରିଚାଳିତ ଦ୍ବାଦଶ ଶ୍ରେଣୀ ପରୀକ୍ଷା ଫଳ ଚଳିତ ମାସର ତୃତୀୟ ସପ୍ତାହରେ ପ୍ରକାଶ ପାଇପାରେ ବୋଲି ଆଶା କରାଯାଉଛି। ତଥାପି ଏନେଇ ସିବିଏସ୍ଇ ପକ୍ଷରୁ ଅଦ୍ୟାବଧି କୌଣସି ଆଧିକାରିକ ଘୋଷଣା ହୋଇନାହିଁ।ଚଳିତ ବର୍ଷ ଫେବୃଆରୀ ୧୭ ରୁ ଏପ୍ରିଲ ୧୦ ପର୍ଯ୍ୟନ୍ତ ଦ୍ବାଦଶ ଶ୍ରେଣୀ ବୋର୍ଡ ପରୀକ୍ଷା ଅନୁଷ୍ଠିତ ହୋଇଥିଲା।
ପରୀକ୍ଷା ଶେଷ ହେବା ପରେ ଖାତା ମୂଲ୍ୟାୟନ ପ୍ରକ୍ରିୟା ଜାରି ରହିଛି। ଏବେରେ ଡିଜିଟାଲ ମାଧ୍ୟମରେ ଖାତାଗୁଡ଼ିକୁ ମୂଲ୍ୟାୟନ କରାଯାଉଥିବାରୁ ପ୍ରକ୍ରିୟା ଦ୍ରୁତ ଗତିରେ ଚାଲିଥିବା ସୂଚନା ମିଳିଛି।ପରୀକ୍ଷା ଫଳ ପ୍ରକାଶ ପାଇଲେ ଛାତ୍ରଛାତ୍ରୀମାନେ ସିବିଏସ୍ଇର ଆଧିକାରିକ ୱେବସାଇଟ୍ results.cbse.nic.in ଓ cbse.gov.in କୁ ଲଗଇନ କରି ନିଜର ଫଳ ଦେଖିପାରିବେ।
ସୂଚନାଯୋଗ୍ୟ ଯେ, ୨୦୨୪ ଓ ୨୦୨୫ ମସିହାରେ ସିବିଏସ୍ଇ ଦ୍ବାଦଶ ପରୀକ୍ଷା ଫଳ ମେ’ ୧୦ ପରେ ପ୍ରକାଶ ପାଇଥିଲା। ସେପରି ୨୦୨୩ ମସିହାରେ ମେ’ ୧୩ ତାରିଖରେ ଫଳ ଘୋଷଣା କରାଯାଇଥିଲା। ଏହି ପରିପ୍ରେକ୍ଷିତରେ ଚଳିତ ବର୍ଷ ମଧ୍ୟ ମେ’ ମାସର ମଝିଭାଗରେ ଫଳ ପ୍ରକାଶ ପାଇବା ସମ୍ଭାବନା ଜୋରଦାର ହୋଇଛି।

