Sat. Jun 6th, 2026

ନ୍ୟୁଜ ଡେକ୍ସ : ତାମିଲନାଡୁ ରାଜନୀତିରେ ନୂଆ ଇତିହାସ ରଚିଛନ୍ତି ଅଭିନେତାରୁ ରାଜନେତା ହୋଇଥିବା ଥାଲାପତି ବିଜୟ। ଗତ ଛଅ ଦଶକ ଧରି ରାଜ୍ୟରେ ପ୍ରଭାବଶାଳୀ ଥିବା ଦୁଇ ପ୍ରମୁଖ ଦଳକୁ ଏଥର ତାଙ୍କ ଦଳ ତାମିଲଗା ଭେଟ୍ରି କାଝାଗମ ଜୋରଦାର ଚ୍ୟାଲେଞ୍ଜ ଦେଇଛି।ନିର୍ବାଚନ ପୂର୍ବରୁ ଏପରି ପରିଣାମ କେହି ଅନୁମାନ କରିନଥିଲେ।

କେବଳ ଦୁଇ ବର୍ଷ ପୂର୍ବରୁ ଗଠିତ ଦଳକୁ ନେଇ ବିଜୟ ରାଜ୍ୟର ରାଜନୀତିକ ସମୀକରଣକୁ ପୁରା ପରିବର୍ତ୍ତନ କରିଦେଇଛନ୍ତି। ତାଙ୍କ ନେତୃତ୍ୱରେ ଦଳ ଏଥର ଶକ୍ତିଶାଳୀ ପ୍ରଦର୍ଶନ କରି ସରକାର ଗଠନର ଦୌଡ଼ରେ ନିଜକୁ ଆଗରେ ଆଣିଛି।ବିଜୟଙ୍କ ଏହି ସଫଳତାକୁ ନେଇ ସାରା ଦେଶରେ ଚର୍ଚ୍ଚା ଜାରି ରହିଛି। ବିଭିନ୍ନ କ୍ଷେତ୍ରରୁ ତାଙ୍କୁ ଅଭିନନ୍ଦନ ଜଣାଯାଉଥିବା ବେଳେ ଦେଶର ଶୀର୍ଷ ନେତୃତ୍ୱମାନେ ମଧ୍ୟ ତାଙ୍କୁ ଶୁଭେଚ୍ଛା ଜଣାଇଛନ୍ତି।ନିର୍ବାଚନ ଫଳାଫଳ ଅନୁଯାୟୀ, ୨୩୪ ସଦସ୍ୟ ବିଶିଷ୍ଟ ବିଧାନସଭାରେ ତାଙ୍କ ଦଳ ସଂଖ୍ୟାଗରିଷ୍ଠତାରୁ କିଛି ଆସନ ପଛରେ ରହିଥିଲେ ମଧ୍ୟ ଏହାକୁ ଏକ ଐତିହାସିକ ସଫଳତା ଭାବେ ଦେଖାଯାଉଛି।

ଆଗାମୀ ଦିନରେ ରାଜ୍ୟରେ ସରକାର ଗଠନକୁ ନେଇ ରାଜନୈତିକ ଚର୍ଚ୍ଚା ତିବ୍ର ହୋଇପାରେ।ଏହି ବିଜୟ ପରେ ବିଜୟଙ୍କ ଚେନ୍ନାଇ ସ୍ଥିତ ଘରେ ଉତ୍ସବର ମାହୋଲ ଦେଖିବାକୁ ମିଳିଛି। ଅନେକ ଚଳଚ୍ଚିତ୍ର ତାରକା ଓ ସମର୍ଥକମାନେ ତାଙ୍କୁ ସକ୍ଷାତ୍ କରି ଅଭିନନ୍ଦନ ଜଣାଇଛନ୍ତି।ବିଜୟଙ୍କ ଏହି ରାଜନୈତିକ ଉଦୟ ତାମିଲନାଡୁର ରାଜନୀତିରେ ଏକ ନୂଆ ପରିବର୍ତ୍ତନର ସଙ୍କେତ ଦେଉଛି ଏବଂ ଆଗାମୀ ଦିନରେ ଏହାର ପ୍ରଭାବ ଅଧିକ ସ୍ପଷ୍ଟ ହେବ ବୋଲି ମତ ପ୍ରକାଶ ପାଉଛି।

Leave a Reply

Your email address will not be published. Required fields are marked *