ନ୍ୟୁଜ ଡେକ୍ସ : ଆଇଆଇଟି ଶିକ୍ଷାନୁଷ୍ଠାନରେ ଭର୍ତ୍ତି ପାଇଁ ଜେଇଇ ଆଡଭାନ୍ସଡ୍ ପଞ୍ଜୀକରଣ ପ୍ରକ୍ରିୟା ସମାପ୍ତ ହୋଇଛି। ଆସନ୍ତା ମେ ୧୭ ତାରିଖରେ ଦେଶଜୁଡ଼ା ଛାତ୍ରଛାତ୍ରୀମାନେ ଏହି ପରୀକ୍ଷା ଦେବେ। ପରୀକ୍ଷାର୍ଥୀମାନେ ମେ ୧୧ରୁ ଆଧିକାରିକ ୱେବସାଇଟ୍ www.jeeadv.ac.in ମାଧ୍ୟମରେ ନିଜ ଆଡମିଟ୍ କାର୍ଡ ଡାଉନଲୋଡ୍ କରିପାରିବେ।ଜେଇଇ ଆଡଭାନ୍ସଡ୍ ପାଇଁ ପଞ୍ଜୀକରଣ ଏପ୍ରିଲ ୨୩ରୁ ଆରମ୍ଭ ହୋଇଥିଲା।
ଆରମ୍ଭରେ ମେ ୨ ଶେଷ ତାରିଖ ରହିଥିଲେ ମଧ୍ୟ, ପରେ ଏହାକୁ ବଢ଼ାଇ ମେ ୫ ପର୍ଯ୍ୟନ୍ତ କରାଯାଇଥିଲା। ଚଳିତବର୍ଷ ଜେଇଇ ମେନ୍ ପରୀକ୍ଷାରେ ପ୍ରାୟ ୧୪ ଲକ୍ଷ ଛାତ୍ରଛାତ୍ରୀ ଅଂଶଗ୍ରହଣ କରିଥିଲେ। ସେମାନଙ୍କ ମଧ୍ୟରୁ ପ୍ରାୟ ୨.୫ ଲକ୍ଷ ଛାତ୍ରଛାତ୍ରୀ ଜେଇଇ ଆଡଭାନ୍ସଡ୍ ପାଇଁ ଯୋଗ୍ୟତା ଅର୍ଜନ କରିଛନ୍ତି।ଏବେରେ ବିଭିନ୍ନ ବର୍ଗରେ କଟଅଫ୍ ପର୍ସେଣ୍ଟାଇଲ ପୂର୍ବବର୍ଷ ତୁଳନାରେ ବଢ଼ିଛି। ସାଧାରଣ ବର୍ଗରେ ୨୦୨୫ରେ ୯୩.୧୦ ପର୍ସେଣ୍ଟାଇଲ ଥିବାବେଳେ ୨୦୨୬ରେ ୯୩.୪୧ ପର୍ସେଣ୍ଟାଇଲ ହୋଇଛି। ଇଡବ୍ଲ୍ୟୁଏସ ବର୍ଗରେ ୮୦.୩୮ ରୁ ବଢ଼ି ୮୨.୪୧ ପର୍ସେଣ୍ଟାଇଲ ହୋଇଛି।
ଓବିସି ବର୍ଗରେ ୭୯.୪୩ ରୁ ବଢ଼ି ୮୦.୯୨ ପର୍ସେଣ୍ଟାଇଲ ହୋଇଛି। ଏହାସହ ଏସସି ବର୍ଗରେ କଟଅଫ୍ ୬୧.୧୫ ରୁ ବଢ଼ି ୬୩.୯୧ ପର୍ସେଣ୍ଟାଇଲ ଓ ଏସଟି ବର୍ଗରେ ୪୭.୯୦ ରୁ ବଢ଼ି ୫୨.୦୧୭ ପର୍ସେଣ୍ଟାଇଲ ହୋଇଛି।ଦେଶରେ ମୋଟ ୨୩ଟି ଆଇଆଇଟି ଶିକ୍ଷାନୁଷ୍ଠାନ ରହିଛି। ଏହି ସଂସ୍ଥାଗୁଡ଼ିକରେ ଛାତ୍ରଛାତ୍ରୀମାନେ ବି.ଟେକ, ବି.ଆର୍କ, ଏମ୍.ଏସ୍ସି, ଏମ୍.ଟେକ, ଏମ୍.ଡିଜାଇନ, ଏମ୍ବିଏ ଓ ପିଏଚ୍.ଡି ପର୍ଯ୍ୟାୟରେ ଶିକ୍ଷା ଗ୍ରହଣ କରିବେ।

