Thu. May 7th, 2026

ନ୍ୟୁଜ ଡେକ୍ସ : ଆସନ୍ତା ୮ ତାରିଖରୁ ମାଟ୍ରିକ ସପ୍ଲିମେଣ୍ଟାରୀ ପରୀକ୍ଷା ପାଇଁ ଫର୍ମ ପୂରଣ ପ୍ରକ୍ରିୟା ଆରମ୍ଭ ହେବ। ଏହି ପ୍ରକ୍ରିୟା ୧୮ ତାରିଖ ମଧ୍ୟରାତ୍ର ସୁଦ୍ଧା ଚାଲିବ। ଉଭୟ ରେଗୁଲାର ଓ ଏକ୍ସ-ରେଗୁଲାର ପରୀକ୍ଷାର୍ଥୀମାନେ ଅନଲାଇନ ମାଧ୍ୟମରେ ଫର୍ମ ପୂରଣ କରିପାରିବେ। ମାଧ୍ୟମିକ ଶିକ୍ଷା ପରିଷଦର ୱେବସାଇଟ www.bseodisha.ac.in ରେ ଏହାର ଲିଙ୍କ ଉପଲବ୍ଧ ରହିଛି।

ଫର୍ମ ପୂରଣ ସହିତ ଫିସ ମଧ୍ୟ ଅନଲାଇନରେ ଦାଖଲ କରିବାକୁ ପଡିବ ବୋଲି ବୋର୍ଡ ପକ୍ଷରୁ ସୂଚନା ଦିଆଯାଇଛି।ଏହା ସହିତ ବାର୍ଷିକ ହାଇସ୍କୁଲ ସାର୍ଟିଫିକେଟ ପରୀକ୍ଷାର ଉତ୍ତର ଖାତା ପାଇବା ପାଇଁ ମଧ୍ୟ ଛାତ୍ରଛାତ୍ରୀମାନେ ବୋର୍ଡକୁ ଆବେଦନ କରିପାରିବେ। ସବଜେକ୍ଟିଭ ଓ ଅବଜେକ୍ଟିଭ ଉଭୟ ପ୍ରକାରର ଚେକିଂ ଓ ରି-ଆଡିସନ ପାଇଁ ଆବେଦନ ବ୍ୟବସ୍ଥା ରହିଛି।

ଏହି ପ୍ରକ୍ରିୟା ଆସନ୍ତା ୧୧ ତାରିଖରୁ ୨୨ ତାରିଖ ପର୍ଯ୍ୟନ୍ତ ଚାଲିବ ଏବଂ ବୋର୍ଡର ୱେବସାଇଟରେ ଅନଲାଇନରେ ଆବେଦନ କରିହେବ।ଅନ୍ୟପଟେ, ମଧ୍ୟମା ସଂସ୍କୃତ ପରୀକ୍ଷା ଓ ମୁକ୍ତ ବିଦ୍ୟାଳୟ ପରୀକ୍ଷା ପାଇଁ ଚେକିଂ ଆବେଦନ ଅଫଲାଇନ ମାଧ୍ୟମରେ ହେବ। ଏଥିପାଇଁ ମାଧ୍ୟମିକ ଶିକ୍ଷା ପରିଷଦର ମୁଖ୍ୟ କାର୍ଯ୍ୟାଳୟ ସହିତ ଶାଖା କାର୍ଯ୍ୟାଳୟରେ ଆବେଦନ କରିପାରିବେ ବୋଲି ସୂଚନା ମିଳିଛି।

Leave a Reply

Your email address will not be published. Required fields are marked *