Thu. Jun 18th, 2026

ନ୍ୟୁଜ ଡେକ୍ସ : ଓଡ଼ିଶାରେ ଆଗାମୀ ୧୦ ବର୍ଷ ଶିଳ୍ପାୟନ ଓ ନିଯୁକ୍ତି କ୍ଷେତ୍ର ପାଇଁ ‘ସୁବର୍ଣ୍ଣ ଦଶକ’ ହେବ ବୋଲି ମୁଖ୍ୟମନ୍ତ୍ରୀ ମୋହନ ମାଝୀ କହିଛନ୍ତି। ଗୁଜରାଟ ଗସ୍ତରୁ ଫେରିବା ପରେ ସେ କହିଛନ୍ତି ଯେ, ଗୁଜରାଟ ରୋଡ୍-ଶୋ’ ଓଡ଼ିଶା ପାଇଁ ବଡ଼ ସଫଳତା ଆଣିଛି। ବିଭିନ୍ନ ଶିଳ୍ପପତିଙ୍କ ଠାରୁ ୪୮ ହଜାର ୩୩୦ କୋଟି ଟଙ୍କାର ପୁଞ୍ଜି ନିବେଶ ପ୍ରତିଶ୍ରୁତି ମିଳିଥିବା ବେଳେ ଏହା ମାଧ୍ୟମରେ ୬୭ ହଜାର ୮୩୮ରୁ ଅଧିକ ନିଯୁକ୍ତି ସୃଷ୍ଟି ହେବ ବୋଲି ସୂଚନା ମିଳିଛି।

ମୁଖ୍ୟମନ୍ତ୍ରୀ କହିଛନ୍ତି, ବିକଶିତ ଭାରତ ଗଠନ ପାଇଁ ପୂର୍ବ ଭାରତର ଉଦୟ ଅତ୍ୟନ୍ତ ଜରୁରୀ। ପାରାଦୀପ, ଧାମରା ଓ ଗୋପାଳପୁର ବନ୍ଦର ମାଧ୍ୟମରେ ଓଡ଼ିଶା ପୂର୍ବ ଏସିଆ ଏବଂ ଇଣ୍ଡୋ-ପ୍ୟାସିଫିକ ବଜାର ସହ ଦୃଢ଼ ସଂଯୋଗ ସୃଷ୍ଟି କରୁଛି। ଏହା ରାଜ୍ୟର ଶିଳ୍ପ ବିକାଶକୁ ନୂଆ ଦିଗ ଦେବ ବୋଲି ସେ ଆଶା ପ୍ରକାଶ କରିଛନ୍ତି।ଗୁଜରାଟ ରୋଡ୍-ଶୋ’ ସମୟରେ ଧାତୁ ଶିଳ୍ପ, ରସାୟନ, ଫାର୍ମା, ଗ୍ରୀନ ଏନର୍ଜି, ଖାଦ୍ୟ ପ୍ରକ୍ରିୟାକରଣ, ଟେକ୍ସଟାଇଲ୍, ଆଇଟି, ସେମିକଣ୍ଡକ୍ଟର, ପର୍ଯ୍ୟଟନ, ଏରୋସ୍ପେସ ଓ ଡିଫେନ୍ସ ଭଳି ବିଭିନ୍ନ କ୍ଷେତ୍ରରେ ନିବେଶ ପ୍ରସ୍ତାବ ମିଳିଛି।

ଅହମଦାବାଦ, ମୁନ୍ଦ୍ରା ଓ ଭଦୋଦରାରେ ୧୩୨ରୁ ଅଧିକ ବୈଠକ ହୋଇଥିବା ବେଳେ ୮ଟି ଏମଓୟୁ ଓ ୬୩ଟି ଇନଭେଷ୍ଟମେଣ୍ଟ ଇଣ୍ଟେନ୍ସନ ଫର୍ମ ସାଇନ୍ ହୋଇଛି।ମୁଖ୍ୟମନ୍ତ୍ରୀଙ୍କ ସହ ଏହି ଗସ୍ତରେ ଶିଳ୍ପମନ୍ତ୍ରୀ ସମ୍ପଦ ଚନ୍ଦ୍ର ସ୍ୱାଇଁ, ମୁଖ୍ୟ ସଚିବ ଅନୁ ଗର୍ଗ, ଅତିରିକ୍ତ ମୁଖ୍ୟ ସଚିବ ହେମନ୍ତ ଶର୍ମା ଓ ଅନ୍ୟାନ୍ୟ ବରିଷ୍ଠ ଅଧିକାରୀ ଯୋଗ ଦେଇଥିଲେ। GO-SWIFT ସିଙ୍ଗଲ୍ ଉଇଣ୍ଡୋ ବ୍ୟବସ୍ଥା ମାଧ୍ୟମରେ ନିବେଶକଙ୍କୁ ଶୀଘ୍ର ଅନୁମୋଦନ ଓ ସମସ୍ତ ସହଯୋଗ ଯୋଗାଇ ଦିଆଯିବ ବୋଲି ସରକାର ପକ୍ଷରୁ ଆଶ୍ୱାସନା ଦିଆଯାଇଛି।

Leave a Reply

Your email address will not be published. Required fields are marked *