Wed. Jun 3rd, 2026

ନ୍ୟୁଜ ଡେକ୍ସ : ସୁସ୍ଥ ଶରୀର ଓ ସକ୍ରିୟ ଜୀବନଶୈଳୀ ପାଇଁ ସକାଳର ଜଳଖିଆର ଭୂମିକା ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ। ଦିନର ଆରମ୍ଭ ଯଦି ପୁଷ୍ଟିକର ଓ ହାଲୁକା ଖାଦ୍ୟ ସହିତ ହୁଏ, ତେବେ ଶରୀର ସାରାଦିନ ଏନର୍ଜିରେ ଭରି ରହେ। ସକାଳର ଭଲ ଖାଦ୍ୟ କେବଳ ଶରୀରକୁ ସୁସ୍ଥ ରଖେ ନାହିଁ, ମନକୁ ମଧ୍ୟ ସତେଜ ରଖିଥାଏ। ବିଶେଷଜ୍ଞମାନଙ୍କ ମତାନୁସାରେ କିଛି ପ୍ରାକୃତିକ ଓ ପୁଷ୍ଟିକର ଖାଦ୍ୟକୁ ସକାଳର ଜଳଖିଆରେ ସାମିଲ କଲେ ଅନେକ ସ୍ୱାସ୍ଥ୍ୟ ସମସ୍ୟାରୁ ଦୂରେଇ ରହିପାରିବ।

ବାଦାମ ସକାଳର ସବୁଠୁ ଉତ୍ତମ ଖାଦ୍ୟମଧ୍ୟରୁ ଗୋଟିଏ ବୋଲି ଗଣାଯାଏ। ରାତିସାରା ଭିଜାଇ ରଖାଯାଇଥିବା ବାଦାମ ଖାଇବା ମସ୍ତିଷ୍କକୁ ତୀକ୍ଷ୍ଣ କରିବା ସହ ଶରୀରକୁ ଆବଶ୍ୟକ ପ୍ରୋଟିନ୍, ଭିଟାମିନ୍ ଓ ମିନେରାଲ୍ସ ଯୋଗାଇଥାଏ। ଏହା ଶରୀରର ଶକ୍ତି ବଢ଼ାଇବା ସହ ଦୀର୍ଘ ସମୟ ପର୍ଯ୍ୟନ୍ତ କ୍ଷୁଧା ନିୟନ୍ତ୍ରଣରେ ରଖିଥାଏ। ଫଳରେ ମୋଟାପଣ ହ୍ରାସ ପାଇବାରେ ମଧ୍ୟ ସାହାଯ୍ୟ ମିଳେ।ସେହିପରି ଖଜୁରୀ ମଧ୍ୟ ଶରୀର ପାଇଁ ବହୁତ ଉପକାରୀ। ଏହାକୁ ଗୁଣର ଖଣି ବୋଲି କୁହାଯାଏ। ଖଜୁରୀରେ ଥିବା ପ୍ରାକୃତିକ ସୁଗାର ଓ ଫାଇବର ଶରୀରକୁ ତୁରନ୍ତ ଶକ୍ତି ଯୋଗାଇଥାଏ। ଏହା ହଜମ ପ୍ରକ୍ରିୟାକୁ ସୁଦୃଢ଼ କରିବା ସହ କୋଷ୍ଠକାଠିନ୍ୟ ଓ ଏସିଡିଟି ଭଳି ସମସ୍ୟାକୁ ମଧ୍ୟ ଦୂର କରେ। ସକାଳେ ୨ରୁ ୩ଟି ଖଜୁରୀ ଖାଇବା ଶରୀରକୁ ସତେଜ ରଖିଥାଏ।

ଛୋଟ ଦେଖାଯାଉଥିବା ଚିଆ ସିଡ୍ସରେ ମଧ୍ୟ ଅନେକ ପୁଷ୍ଟିକର ଗୁଣ ରହିଛି। ଏଥିରେ ପ୍ରୋଟିନ୍, ଓମେଗା ଫ୍ୟାଟି ଏସିଡ୍, ମ୍ୟାଗ୍ନେସିୟମ୍, ଆଇରନ୍ ଓ ଭିଟାମିନ୍ ବି ପ୍ରଚୁର ପରିମାଣରେ ମିଳେ। ଗୋଟିଏ ଚାମଚ ଚିଆ ସିଡ୍ସକୁ ରାତିସାରା ପାଣିରେ ଭିଜାଇ ସକାଳେ ଖାଇଲେ ଶରୀର ସୁସ୍ଥ ରହିଥାଏ। ଏହାକୁ ସ୍ମୁଦୀ, ଫଳ କିମ୍ବା ଅନ୍ୟ ଜଳଖିଆ ସହିତ ମିଶାଇ ମଧ୍ୟ ଖାଇ ପାରିବେ।ଅମୃତଭଣ୍ଡାକୁ ମଧ୍ୟ ସକାଳେ ଖାଲି ପେଟରେ ଖାଇବା ବହୁତ ଲାଭଦାୟକ। ଏଥିରେ ଥିବା କ୍ଲିଂଜିଙ୍ଗ ଗୁଣ ପେଟକୁ ସଫା ରଖିବାରେ ସାହାଯ୍ୟ କରେ।

ଏହା ଚର୍ମ ପାଇଁ ମଧ୍ୟ ଉପକାରୀ ହେବା ସହ ଶରୀରର ଖରାପ କୋଲେଷ୍ଟ୍ରଲ୍‌କୁ ନିୟନ୍ତ୍ରଣ କରିଥାଏ। ତେବେ ଅମୃତଭଣ୍ଡା ଖାଇବା ପରେ ଅତି କମରେ ଏକ ଘଣ୍ଟା ପର୍ଯ୍ୟନ୍ତ କିଛି ନ ଖାଇବାକୁ ପରାମର୍ଶ ଦିଆଯାଇଛି।ସ୍ୱାସ୍ଥ୍ୟ ବିଶେଷଜ୍ଞମାନଙ୍କ କହିବା ଅନୁଯାୟୀ, ସକାଳର ଖାଦ୍ୟ ଯେତେ ସୁସ୍ଥ ଓ ପୁଷ୍ଟିକର ହେବ, ଶରୀର ସେତେ ଫିଟ୍ ଓ ଏନର୍ଜିରେ ପରିପୂର୍ଣ୍ଣ ରହିବ। ତେଣୁ ଦୈନିକ ଜୀବନଶୈଳୀରେ ସୁସ୍ଥ ଖାଦ୍ୟକୁ ସାମିଲ କରିବା ଅତ୍ୟନ୍ତ ଜରୁରୀ।

Leave a Reply

Your email address will not be published. Required fields are marked *