Thu. Jun 4th, 2026

ନ୍ୟୁଜ ଡେକ୍ସ : ବିଶ୍ୱରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଲୋକପ୍ରିୟତା ପୁଣି ଥରେ ଚର୍ଚ୍ଚାରେ ଆସିଛି । ଇଟାଲିର ପ୍ରଧାନମନ୍ତ୍ରୀ ଜର୍ଜିଆ ମେଲୋନିଙ୍କ ସହ ତାଙ୍କର ସଦ୍ୟ ଇନ୍‌ଷ୍ଟାଗ୍ରାମ୍ ରିଲ୍ ସୋସିଆଲ ମିଡିଆରେ ଧମାକା ସୃଷ୍ଟି କରିଛି । ‘ମେଲୋଡି’ ନାମରେ ପ୍ରସିଦ୍ଧ ଏହି ଯୋଡ଼ିଙ୍କ ଭିଡିଓ ମାତ୍ର କିଛି ଘଣ୍ଟା ମଧ୍ୟରେ କୋଟି କୋଟି ଲୋକଙ୍କୁ ପହଞ୍ଚିଛି ।

ପ୍ରଧାନମନ୍ତ୍ରୀ ମୋଦି ନିଜ ଇନ୍‌ଷ୍ଟାଗ୍ରାମ୍ ଆକାଉଣ୍ଟରେ ଜର୍ଜିଆ ମେଲୋନିଙ୍କ ସହ ଏକ ଦମ୍‌ଦାର ରିଲ୍ ଶେୟାର କରିଥିଲେ । ଏହାକୁ ମୋଦିଙ୍କ ପକ୍ଷରୁ ମେଲୋନିଙ୍କ ପାଇଁ ଏକ ସ୍ୱତନ୍ତ୍ର ‘ମେଲୋଡି’ ଉପହାର ବୋଲି କୁହାଯାଉଛି । ଭିଡିଓ ପୋଷ୍ଟ ହେବା ପରେ ସଙ୍ଗେସଙ୍ଗେ ଭାଇରାଲ ହୋଇଥିଲା ଏବଂ ସୋସିଆଲ ମିଡିଆରେ ନୂଆ ରେକର୍ଡ ସୃଷ୍ଟି କରିଥିଲା ।ସୂଚନା ଅନୁସାରେ, ମାତ୍ର ୩ ଘଣ୍ଟା ମଧ୍ୟରେ ଏହି ରିଲ୍‌କୁ ୬.୧ କୋଟିରୁ ଅଧିକ ୟୁଜର୍ ଦେଖିଥିବା ବେଳେ ୪୦ ଲକ୍ଷରୁ ଅଧିକ ଲୋକ ଲାଇକ୍ କରିଛନ୍ତି । ସେହିପରି ୧ ଲକ୍ଷ ୮୧ ହଜାରରୁ ଅଧିକ କମେଣ୍ଟ ଆସିଛି । କୌଣସି ବିଶ୍ୱ ନେତାଙ୍କ ସୋସିଆଲ ମିଡିଆ ପୋଷ୍ଟରେ ଏପରି ପ୍ରତିକ୍ରିୟାକୁ ଐତିହାସିକ ବୋଲି କୁହାଯାଉଛି ।ମୋଦି ଓ ମେଲୋନିଙ୍କ ସାକ୍ଷାତର ଫଟୋ ଓ ଭିଡିଓକୁ ୟୁଜର୍‌ମାନେ ଖୁବ୍ ପସନ୍ଦ କରୁଛନ୍ତି ।

ଦୁଇ ନେତାଙ୍କ ନାଁକୁ ଯୋଡ଼ି ତିଆରି ହୋଇଥିବା ‘ମେଲୋଡି’ ହାଶ୍‌ଟ୍ୟାଗ୍ ଏବେ ଟପ୍ ଟ୍ରେଣ୍ଡରେ ରହିଛି । ସୋସିଆଲ ମିଡିଆରେ ଅନେକ ଲୋକ ଏହି ଯୋଡ଼ିକୁ ଦମ୍‌ଦାର ବନ୍ଧୁତାର ପ୍ରତୀକ ବୋଲି କହିବା ସହ ଭାରତ-ଇଟାଲି କୂଟନୈତିକ ସମ୍ପର୍କକୁ ମଧ୍ୟ ପ୍ରଶଂସା କରୁଛନ୍ତି ।ସୂଚନାଯୋଗ୍ୟ, ଇନ୍‌ଷ୍ଟାଗ୍ରାମ୍‌ରେ ପ୍ରଧାନମନ୍ତ୍ରୀ ମୋଦିଙ୍କ ଫଲୋଅର୍ ସଂଖ୍ୟା ୧୦ କୋଟିରୁ ଅଧିକ ରହିଛି । ଏହା ଅନେକ ହଲିଉଡ୍ ଓ ବଲିଉଡ୍ ସୁପରଷ୍ଟାରଙ୍କ ଫଲୋଅର୍ ସଂଖ୍ୟାକୁ ମଧ୍ୟ ପଛରେ ପକାଇଛି ।

Leave a Reply

Your email address will not be published. Required fields are marked *