Fri. Jun 5th, 2026

ନ୍ୟୁଜ ଡେକ୍ସ : ରାଜ୍ୟସଭା ଉପନିର୍ବାଚନ ପାଇଁ ଓଡ଼ିଶାରୁ ଖାଲି ପଡ଼ିଥିବା ଗୋଟିଏ ଆସନ ପାଇଁ ବିଜେପି ପକ୍ଷରୁ ଦେବାଶିଷ ସାମନ୍ତରାୟଙ୍କୁ ପ୍ରାର୍ଥୀ ଭାବେ ଘୋଷଣା କରାଯାଇଛି। ଏହା ସହିତ ରାଜସ୍ଥାନ, ଅରୁଣାଚଳପ୍ରଦେଶ, ଗୁଜରାଟ, ମଧ୍ୟପ୍ରଦେଶ ଏବଂ ମଣିପୁରର ମଧ୍ୟ ବିଭିନ୍ନ ଆସନ ପାଇଁ ପ୍ରାର୍ଥୀ ତାଲିକା ଘୋଷଣା ହୋଇଛି।ବିଜେପି ପକ୍ଷରୁ ଗୁଜରାଟର ୪ଟି ଆସନ, ମଧ୍ୟପ୍ରଦେଶର ୨ଟି ଆସନ, ରାଜସ୍ଥାନର ୨ଟି ଆସନ ସହିତ ଓଡ଼ିଶା, ଅରୁଣାଚଳପ୍ରଦେଶ ଓ ମଣିପୁରର ଗୋଟିଏ ଲେଖାଏଁ ଆସନ ପାଇଁ ପ୍ରାର୍ଥୀଙ୍କ ନାମ ଘୋଷଣା କରାଯାଇଛି।

ଦଳୀୟ ନେତୃତ୍ୱ ଏହି ନିଷ୍ପତ୍ତି ମାଧ୍ୟମରେ ଆସନଗୁଡ଼ିକରେ ନିର୍ବାଚନୀ ସମୀକରଣକୁ ସୁଦୃଢ଼ କରିବାକୁ ଲକ୍ଷ୍ୟ ରଖିଛି।ଓଡ଼ିଶାର ପ୍ରାର୍ଥୀ ଭାବେ ଘୋଷିତ ଦେବାଶିଷ ସାମନ୍ତରାୟ ପୂର୍ବରୁ ବିଜୁ ଜନତା ଦଳ (ବିଜେଡି) ଟିକେଟରେ ରାଜ୍ୟସଭା ସାଂସଦ ଭାବେ କାର୍ଯ୍ୟ କରୁଥିଲେ। ନିକଟରେ ସେ ରାଜ୍ୟସଭା ସାଂସଦ ପଦରୁ ଇସ୍ତଫା ଦେଇ ବିଜେପିରେ ସାମିଲ ହୋଇଥିଲେ। ତାଙ୍କର ଏହି ଦଳପରିବର୍ତ୍ତନ ରାଜ୍ୟ ରାଜନୀତିରେ ଚର୍ଚ୍ଚାର ବିଷୟ ହୋଇଥିଲା।

ବର୍ତ୍ତମାନ ବିଜେପି ତାଙ୍କୁ ଓଡ଼ିଶାର ଖାଲି ପଡ଼ିଥିବା ରାଜ୍ୟସଭା ଆସନ ପାଇଁ ପ୍ରାର୍ଥୀ କରିଛି। ଏହି ନିଷ୍ପତ୍ତି ଦଳର ରାଜ୍ୟସଭା ରଣନୀତିକୁ ଆହୁରି ସୁଦୃଢ଼ କରିବ ବୋଲି ରାଜନୈତିକ ମହଳରେ ଆଲୋଚନା ହେଉଛି।ଏହି ପ୍ରାର୍ଥୀ ଘୋଷଣା ପରେ ସମ୍ବନ୍ଧିତ ରାଜ୍ୟଗୁଡ଼ିକରେ ରାଜନୈତିକ ଉତ୍ସାହ ବଢ଼ିଛି ଏବଂ ଉପନିର୍ବାଚନ ପ୍ରକ୍ରିୟାକୁ ନେଇ ପ୍ରସ୍ତୁତି ଆରମ୍ଭ ହୋଇଛି।

Leave a Reply

Your email address will not be published. Required fields are marked *