ନ୍ୟୁଜ ଡେକ୍ସ: ସାଇବର ଫ୍ରଡ୍କୁ ନେଇ ସଚେତନ କରାଇଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି। ମନ୍ କୀ ବାତ୍ରେ ଦେଲେ ୩ ସୂତ୍ରୀ ମନ୍ତ୍ର ।କହିଲେ ଚିନ୍ତା ନ କରି କରନ୍ତୁ ଏହି ନମ୍ବରରେ କଲ । ତେବେ ଦେଶରେ ବଢ଼ିଚାଲିଛି ସାଇବର ଅପରାଧ। ଫୋନ୍ ଓ ଭିଡିଓ କଲର ଭୟ ଓ ଆତଙ୍କର ଚକ୍ରବ୍ୟୂହରେ ଫସୁଛନ୍ତୁ ଅନେକ। ଅତ୍ୟନ୍ତ ବିବ୍ରତ ସ୍ଥିତିର ଫାଇଦା ଉଠାଇ ବ୍ୟକ୍ତିଗତ ତଥ୍ୟ ସଂଗ୍ରହ କରୁଛ ନ୍ତି ସାଇବର ଠକ ।
ତା ପରେ ନିମିଷକରେ କରିଦେଉଛନ୍ତି ଆକାଉଣ୍ଟ ଖାଲି। ଆଜ୍ଞା ହଁ ସାରା ଦେଶରେ ବ୍ୟାପିଛି ଏବେ ଏହି ସାଇବର ଫ୍ରଡ୍ ବା ଡିଜିଟାଲ ଆରେଷ୍ଟ। ଏ ଏମିତି ଏକ ଚକ୍ରବ୍ୟୁହ, ଯେଉଁଥିରେ ଫସି ଲୋକ ହଜାର ହଜାର, ଲକ୍ଷ ଲକ୍ଷ ଟଙ୍କା ହରାଉଛନ୍ତି ।ସରଳ ଓ ପରିଶ୍ରମୀ ଲୋକଙ୍କ କଷ୍ଟ ଅର୍ଜିତ ଟଙ୍କା ହଡ଼ପ କରି ମାଲାମାଲ ହେଉଛନ୍ତି ଲୁଟେରା । ଦେଶରେ ସାଇବର ଠକାମୀର ଅଭୋଜିଗ ବଢ଼ିବାକୁ ଲାଗିଥିବା ବେଳେ ଏବେ ଏନେଇ ମନକୀ ବାତ କାର୍ଯ୍ୟକ୍ରମରେ ଦେଶବାସୀଙ୍କୁ ସଚେତନ କରାଇଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ । ବିଶେଷ କରି ସାଇବର ଫ୍ରଡରୁ ସୁରକ୍ଷା ପାଇଁ ୩ଟି ମନ୍ତ୍ର ଦେବା ସହ ଏହି ନମ୍ୱରରେ ଯୋଗାଯୋଗ କରିବାକୁ କହିଛନ୍ତି। ତେବେ ମନ୍ କୀ ବାତ୍ରେ ଭିଡିଓ ଦେଖାଇ ସଚେତନ କରାଇଛନ୍ତି ପ୍ରଧାନମନ୍ତ୍ରୀ ।
ଡିଜିଟାଲ ଆରେଷ୍ଟକୁ ନେଇ ସଚେତନ କରାଇବା ସହ ସଚେତନତା ପାଇଁ ୩ ସୂତ୍ର ଆପଣାଇବାକୁ ପରାମର୍ଶ ଦେଇଛନ୍ତି ମୋଦି । ପ୍ରଧାନମନ୍ତ୍ରୀ କହିଛନ୍ତି, ଫ୍ରଡ୍ କଲ୍ ଆସିଲେ ଧୈର୍ଯ୍ୟ ଧରିବା ସହ ଆଗାମୀ ପଦକ୍ଷେପ ନେବା ଜରୁରୀ । କାରଣ କୌଣସି ଏଜେନ୍ସି ଫୋନ କରି ପଚରାଉଚରା କରେନାହିଁ । ଯଦି କୌଣସି ବ୍ୟକ୍ତିଙ୍କୁ ଫ୍ରଡ୍ କଲ ଆସେ , ତେବେ ସଂପୃକ୍ତ ବ୍ୟକ୍ତି ୧୯୩୦କୁ କଲ୍ କରି ଜଣାଇବା ଜରୁରୀ ।