Mon. Jun 8th, 2026

ନ୍ୟୁଜ ଡେକ୍ସ : କଟକ ପ୍ରେସ ଛକ ନିକଟରେ ବେପରୁଆ ଗାଡ଼ି ଚାଳନା ଯୋଗୁଁ ଏକ ସାର ବୋଝେଇ ଟ୍ରକ ଓଲଟି ପଡ଼ି ଗୁରୁତର ଦୁର୍ଘଟଣା ଘଟିଛି। ଟ୍ରକ ତଳେ ଚାପି ହୋଇ ଅଟୋ ଚାଳକ ସହିତ ତିନି ଜଣ ମହିଳା ଆହତ ହୋଇଥିବା ସୂଚନା ମିଳିଛି। ଏଥିରୁ ଜଣେ ମହିଳା ଗୁରୁତର ଥିବାବେଳେ ଅନ୍ୟମାନେ ସାମାନ୍ୟ ଆହତ ହୋଇଛନ୍ତି।

ସୂଚନା ଅନୁଯାୟୀ, ଭୁବନେଶ୍ୱର ପଟୁ ଦ୍ରୁତ ଗତିରେ ଆସୁଥିବା ସାର ବୋଝେଇ ଟ୍ରକଟି ପ୍ରେସ ଛକ ଓଭରବ୍ରିଜ୍ ତଳେ ନୂଆପଡ଼ା ଦିଗକୁ ଯାଉଥିବା ସମୟରେ ହଠାତ ଭାରସାମ୍ୟ ହରାଇ ପାଖରେ ଥିବା ଏକ ଅଟୋ ଉପରେ ଓଲଟି ପଡ଼ିଥିଲା। ଅଟୋରେ ତିନି ଜଣ ମହିଳା ଯାତ୍ରୀ ବସିଥିବା ବେଳେ ଅଟୋ ଚାଳକ ମଧ୍ୟ ଗାଡ଼ି ଭିତରେ ଚାପି ହୋଇଯାଇଥିଲେ।

ଘଟଣା ସୂଚନା ପାଇ ମଧୁପାଟଣା ଥାନା ପୋଲିସ ଓ ଅଗ୍ନିଶମ ବାହିନୀ ତୁରନ୍ତ ପହଞ୍ଚି ଉଦ୍ଧାର କାର୍ଯ୍ୟ କରିଥିଲେ। ଆହତ ମହିଳାମାନେ ଓ ଅଟୋ ଚାଳକଙ୍କୁ କଟକ ବଡ଼ ଚିକିତ୍ସାଳୟକୁ ଚିକିତ୍ସା ପାଇଁ ପଠାଯାଇଛି।ଘଟଣା ସ୍ଥଳରୁ ଟ୍ରକ ଚାଳକ ଫେରାର ହୋଇଯାଇଥିବା ସୂଚନା ମିଳିଛି। ପୋଲିସ ଏହି ଘଟଣାର ତଦନ୍ତ ଆରମ୍ଭ କରିଛି।

Leave a Reply

Your email address will not be published. Required fields are marked *