Wed. Jun 10th, 2026

ନ୍ୟୁଜ ଡେକ୍ସ : ଓମାନ ଉପକୂଳରେ ଆମେରିକୀୟ ସେନାର ଏକ ଆପାଚି ହେଲିକପ୍ଟରକୁ ଇରାନ ଖସାଇ ଦେଇଥିବା ଅଭିଯୋଗ ପରେ ଆମେରିକା ଓ ଇରାନ ମଧ୍ୟରେ ଭୟଙ୍କର ତନାତନି ସୃଷ୍ଟି ହୋଇଛି। ଏହି ଘଟଣା ପରେ ଦୁଇ ଦେଶ ମଧ୍ୟରେ ଯୁଦ୍ଧ ଭଳି ପରିସ୍ଥିତି ଉଦ୍ଭବ ହୋଇଛି।

ଆମେରିକାର କେନ୍ଦ୍ରୀୟ କମାଣ୍ଡ ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ନିର୍ଦ୍ଦେଶରେ ଇରାନ ବିରୋଧରେ ସାମରିକ ଆକ୍ରମଣ ଆରମ୍ଭ କରିଥିବା ଘୋଷଣା କରିଛି। ଏକ ସୋସିଆଲ ମିଡିଆ ବିବୃତ୍ତିରେ କେନ୍ଦ୍ରୀୟ କମାଣ୍ଡ କହିଛି ଯେ ଇରାନର ଅଯଥା ଆକ୍ରମଣର ଉପଯୁକ୍ତ ଜବାବ ଭାବେ ଏହି ପ୍ରତିକ୍ରିୟା ନିଆଯାଇଛି।

ସୂଚନା ଅନୁଯାୟୀ, ଓମାନ ଉପକୂଳରେ ଆମେରିକୀୟ ହେଲିକପ୍ଟର ଖସାଇ ଦେବା ଘଟଣା ପରେ ଆମେରିକା ଇରାନକୁ ଦାୟୀ କରିଥିଲା। ଏହା ପରେ ରାଷ୍ଟ୍ରପତି ଟ୍ରମ୍ପ ଇରାନ ବିରୋଧରେ ପ୍ରତିଶୋଧକୁ “ଅତ୍ୟନ୍ତ ଶକ୍ତିଶାଳୀ” ବୋଲି କହିଥିଲେ।ଏହି ସମସ୍ତ ଘଟଣାକ୍ରମ ପରେ ମଧ୍ୟପୂର୍ବ ଅଞ୍ଚଳରେ ଆନ୍ତର୍ଜାତୀୟ ଉତ୍ତେଜନା ବୃଦ୍ଧି ପାଇଛି ଏବଂ ପରିସ୍ଥିତି ଆହୁରି ଜଟିଳ ହେବାର ଆଶଙ୍କା ସୃଷ୍ଟି ହୋଇଛି।

Leave a Reply

Your email address will not be published. Required fields are marked *