Sun. Jun 21st, 2026

ନ୍ୟୁଜ ଡେକ୍ସ : ବିଳମ୍ବିତ ରାତିରେ ବିନିକା ଅଞ୍ଚଳରେ ଏକ ଚାଞ୍ଚଲ୍ୟକର ଘଟଣା ଘଟିଛି। ଅଜ୍ଞାତ ଦୁର୍ବୃତ୍ତମାନେ ବିନିକା ବ୍ଲକ ଅଧ୍ୟକ୍ଷା ଦିପ୍ତିରେଖା ନନ୍ଦ ଏବଂ ପୂର୍ବତନ ବ୍ଲକ ଅଧ୍ୟକ୍ଷ ତଥା ଜିଲ୍ଲା ଯୁବ ନେତା ଅଶୋକ ନନ୍ଦଙ୍କ ବାସଭବନ ଉପରେ ଗୁଳିମାଡ଼ କରିଥିବା ଅଭିଯୋଗ ହୋଇଛି।

ଏହି ଘଟଣା ପରେ ସମଗ୍ର ଅଞ୍ଚଳରେ ଭୟ ଓ ଆତଙ୍କର ପରିବେଶ ସୃଷ୍ଟି ହୋଇଛି।ସୂଚନା ଅନୁଯାୟୀ, ବିନିକା ଥାନା ଅନ୍ତର୍ଗତ ସିଂଝିଜୁବା ଅଞ୍ଚଳରେ ଥିବା ଉକ୍ତ ବାସଭବନକୁ ଲକ୍ଷ୍ୟ କରି ଦୁର୍ବୃତ୍ତମାନେ ପ୍ରାୟ ୨୫ରୁ ୩୦ ରାଉଣ୍ଡ ଗୁଳି ଚଳାଇଥିଲେ। ଗୁଳିମାଡ଼ରେ ଘର ପରିସରରେ ଥିବା ଦୁଇଟି ଗାଡ଼ି କ୍ଷତିଗ୍ରସ୍ତ ହୋଇଥିବା ବେଳେ ଘର ଭିତରେ ଓ ବାହାରେ ଅନେକ ଖାଲି ଗୁଳି ଖୋଳ ମିଳିଥିବା ଜଣାପଡ଼ିଛି।

ଘଟଣା ଘଟାଇବା ପରେ ଆକ୍ରମଣକାରୀମାନେ ଫେରାର ହୋଇଯାଇଥିଲେ। ତେବେ ଏହି ଗୁଳିମାଡ଼ର ପଛରେ କାହାର ହାତ ରହିଛି ଏବଂ କେଉଁ କାରଣରୁ ଏଭଳି ଆକ୍ରମଣ କରାଗଲା, ସେନେଇ ଏପର୍ଯ୍ୟନ୍ତ କୌଣସି ସ୍ପଷ୍ଟ ସୂଚନା ମିଳିନାହିଁ। ଖବର ପାଇ ପୋଲିସ ଘଟଣାସ୍ଥଳରେ ପହଞ୍ଚି ଛାନଭିନ ଆରମ୍ଭ କରିଛି। ପ୍ରମାଣ ସଂଗ୍ରହ କରାଯାଉଥିବା ବେଳେ ଘଟଣାର ସମସ୍ତ ଦିଗକୁ ନେଇ ତଦନ୍ତ ଚାଲିଥିବା ପୋଲିସ ପକ୍ଷରୁ ସୂଚନା ମିଳିଛି।

Leave a Reply

Your email address will not be published. Required fields are marked *