Sun. Jun 28th, 2026

ନ୍ୟୁଜ ଡେକ୍ସ : ପ୍ରାୟ ୧୪ ବର୍ଷ ପରେ କେନ୍ଦ୍ର ସରକାର ପାସପୋର୍ଟ ଶୁଳ୍କ ବୃଦ୍ଧି କରିଛନ୍ତି। ନୂଆ ଶୁଳ୍କ ଜୁଲାଇ ୧ ତାରିଖରୁ ଲାଗୁ ହେବ। ସରକାର ସ୍ପଷ୍ଟ କରିଛନ୍ତି ଯେ ପାସପୋର୍ଟ ମୁଖ୍ୟତଃ ବିଦେଶ ଯାତ୍ରା ପାଇଁ ଏକ ଦଲିଲ, ଏହା ଭାରତୀୟ ନାଗରିକତାର ପ୍ରମାଣପତ୍ର ନୁହେଁ।

ନୂଆ ବ୍ୟବସ୍ଥା ଅନୁଯାୟୀ, ୧୮ ବର୍ଷ କିମ୍ବା ତା’ଠାରୁ ଅଧିକ ବୟସର ଆବେଦନକାରୀଙ୍କ ପାଇଁ ୩୬ ପୃଷ୍ଠା ବିଶିଷ୍ଟ ନୂଆ ପାସପୋର୍ଟ କିମ୍ବା ପୁନଃ ପ୍ରଦାନ ପାଇଁ ସାଧାରଣ ବର୍ଗରେ ଶୁଳ୍କ ୧,୫୦୦ ଟଙ୍କାରୁ ବଢ଼ି ୨,୫୦୦ ଟଙ୍କା ହୋଇଛି। ଜରୁରୀ ବର୍ଗରେ ଏହି ଶୁଳ୍କ ୩,୫୦୦ ଟଙ୍କାରୁ ବଢ଼ି ୫,୦୦୦ ଟଙ୍କା କରାଯାଇଛି।ସେହିପରି ୬୦ ପୃଷ୍ଠା ବିଶିଷ୍ଟ ପାସପୋର୍ଟ ପାଇଁ ସାଧାରଣ ବର୍ଗରେ ଶୁଳ୍କ ୨,୦୦୦ ଟଙ୍କାରୁ ବଢ଼ି ୩,୫୦୦ ଟଙ୍କା ଏବଂ ଜରୁରୀ ବର୍ଗରେ ୪,୦୦୦ ଟଙ୍କାରୁ ବଢ଼ି ୬,୦୦୦ ଟଙ୍କା ହୋଇଛି।

ବୈଦେଶିକ ମନ୍ତ୍ରଣାଳୟ ସୂଚନା ଦେଇଛି ଯେ ଜୁଲାଇ ୧ ତାରିଖ କିମ୍ବା ତା’ପରେ ଦାଖଲ ହେଉଥିବା ସମସ୍ତ ପାସପୋର୍ଟ ଆବେଦନ ପାଇଁ ଏହି ସଂଶୋଧିତ ଶୁଳ୍କ ଲାଗୁ ହେବ। ଏହା ସହ ବିଭିନ୍ନ ଯାତ୍ରା ଦଲିଲ ଓ ପାସପୋର୍ଟ ସମ୍ବନ୍ଧୀୟ ଅନ୍ୟାନ୍ୟ ସେବାର ଶୁଳ୍କରେ ମଧ୍ୟ ସଂଶୋଧନ କରାଯାଇଛି।

Leave a Reply

Your email address will not be published. Required fields are marked *