Sun. Jun 28th, 2026

ନ୍ୟୁଜ ଡେକ୍ସ : ତିନି ଦିନିଆ ସରକାରୀ ଗସ୍ତରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ସେଚେଲ୍ସରେ ପହଞ୍ଚିଛନ୍ତି। ସେଚେଲ୍ସର ରାଷ୍ଟ୍ରପତି ପାଟ୍ରିକ୍ ହର୍ମିନି ବିମାନବନ୍ଦରରେ ତାଙ୍କୁ ସ୍ୱାଗତ କରିଥିଲେ। ଏହି ଗସ୍ତ ସମୟରେ ପ୍ରଧାନମନ୍ତ୍ରୀ ସେଚେଲ୍ସର ଜାତୀୟ ଦିବସର ସୁବର୍ଣ୍ଣ ଜୟନ୍ତୀ ସମାରୋହରେ ସମ୍ମାନିତ ଅତିଥି ଭାବେ ଯୋଗଦେବା ସହ ରାଷ୍ଟ୍ରପତିଙ୍କ ସହ ଦ୍ୱିପାକ୍ଷିକ ଆଲୋଚନା କରିବେ।ପ୍ରଧାନମନ୍ତ୍ରୀ କହିଛନ୍ତି ଯେ ସେଚେଲ୍ସ ଭାରତର ଏକ ଗୁରୁତ୍ୱପୂର୍ଣ୍ଣ ସାମୁଦ୍ରିକ ଅଂଶୀଦାର ଓ ଘନିଷ୍ଠ ବନ୍ଧୁ।

ଏହି ଗସ୍ତ ମାଧ୍ୟମରେ ଦୁଇ ଦେଶ ମଧ୍ୟରେ ଦୀର୍ଘଦିନର ସମ୍ପର୍କକୁ ଆହୁରି ସୁଦୃଢ଼ କରିବା ସହ ବିଭିନ୍ନ କ୍ଷେତ୍ରରେ ସହଯୋଗ ବଢ଼ାଇବା ଲକ୍ଷ୍ୟ ରହିଛି।ସେଚେଲ୍ସରେ ବସବାସ କରୁଥିବା ଭାରତୀୟ ସମ୍ପ୍ରଦାୟର ସଦସ୍ୟମାନେ ମଧ୍ୟ ପ୍ରଧାନମନ୍ତ୍ରୀଙ୍କୁ ଉଷ୍ମ ସ୍ୱାଗତ ଜଣାଇଥିଲେ। ସେ ସେମାନଙ୍କ ସହ ସାକ୍ଷାତ କରି ଭାରତୀୟ ସଂସ୍କୃତି ପ୍ରତି ସେମାନଙ୍କ ଭଲପାଇବାକୁ ପ୍ରଶଂସା କରିଥିଲେ। ବିମାନବନ୍ଦରରେ ଭାରତୀୟ ପରମ୍ପରାର ନୃତ୍ୟ ପ୍ରଦର୍ଶନ ମଧ୍ୟ ଆୟୋଜନ କରାଯାଇଥିଲା।ଗସ୍ତ ସମୟରେ ପ୍ରଧାନମନ୍ତ୍ରୀ ଓ ସେଚେଲ୍ସର ରାଷ୍ଟ୍ରପତି ଏକାଠି ଯାତ୍ରା କରି ଜାତୀୟ ଉଦ୍ଭିଦ ଉଦ୍ୟାନ ପରିଦର୍ଶନ କରିଥିଲେ।

ସେଠାରେ ପ୍ରଧାନମନ୍ତ୍ରୀ ବୃକ୍ଷରୋପଣ ମଧ୍ୟ କରିଥିଲେ।ଏହି ଗସ୍ତରେ ଉଭୟ ଦେଶ ମଧ୍ୟରେ ସାମୁଦ୍ରିକ ସୁରକ୍ଷା, ବାଣିଜ୍ୟ, ବିକାଶ ଏବଂ ଅନ୍ୟାନ୍ୟ ପାରସ୍ପରିକ ସ୍ୱାର୍ଥ ସମ୍ପର୍କିତ ପ୍ରସଙ୍ଗରେ ଆଲୋଚନା ହେବ। ଏହାସହ ପ୍ରଧାନମନ୍ତ୍ରୀ ସେଚେଲ୍ସର ଜାତୀୟ ପରିଷଦକୁ ସମ୍ବୋଧିତ କରିବେ ଓ ଭାରତୀୟ ସମ୍ପ୍ରଦାୟ ସହ ମଧ୍ୟ ମତବିନିମୟ କରିବେ।ଗସ୍ତର ଏକ ବିଶେଷ ଆକର୍ଷଣ ଭାବେ ପ୍ରଧାନମନ୍ତ୍ରୀ ବିଶ୍ୱର ସବୁଠାରୁ ବୟସ୍କ କଇଁଛ ଜୋନାଥନଙ୍କୁ ମଧ୍ୟ ଭେଟିବାର କାର୍ଯ୍ୟକ୍ରମ ରହିଛି।

Leave a Reply

Your email address will not be published. Required fields are marked *