ନ୍ୟୁଜ ଡେସ୍କ: ଦେଶ ପାଳୁଛି ଆଇରନ୍ ମ୍ୟାନ୍ ସର୍ଦ୍ଦାର ବଲ୍ଲଭ ଭାଇ ପଟେଲଙ୍କ ଜନ୍ମ ଦିନ । ଆଜିର ଦିନରେ ଅର୍ଥାତ୍ ୩୧ ଅକ୍ଟୋବରରେ ଭାରତରେ ଜାତୀୟ ଏକତା ଦିବସ ଭାବେ ପାଳନ କରାଯାଏ । ତାଙ୍କୁ ଭାରତର ଜାତୀୟ ଏକତାର ସ୍ଥପତି ଭାବରେ ସ୍ମରଣ କରାଯାଇଥାଏ। ଦେଶର ସୁରକ୍ଷା, ଏକତା ଏବଂ ଅଖଣ୍ଡତା ବଜାୟ ରଖିବା ପାଇଁ ଏହା ଏକ ପ୍ରତିବଦ୍ଧତାର ଦିନ।
ଏହି ଦିବସ ପାଳନ କରିବାର ମୁଖ୍ୟ ଉଦ୍ଦେଶ୍ୟ ହେଉଛି ଦେଶର ଏକତା ବଜାୟ ରଖିବାରେ ସର୍ଦ୍ଦାର ବଲ୍ଲଭ ଭାଇ ପଟେଲଙ୍କ ଅବଦାନକୁ ସମ୍ମାନ ଦେବା। ପ୍ରଧାନମନ୍ତ୍ରୀ ରାଷ୍ଟ୍ରୀୟ ଏକତା ଦିବସ ସମାରୋହରେ ଅଂଶଗ୍ରହଣ କରି ଏକତା ଦିବସ ଶପଥ ପାଠ କରାଇଛନ୍ତି | ଏହା ପରେ ଏକତା ଦିବସ ପରେଡ୍ ସାମିଲ୍ ହୋଇଥିଲେ ପିଏମ୍ ମୋଦି । ଏହି ଅବସରରେ ୯ ରାଜ୍ୟ ଏବଂ ୧ କେନ୍ଦ୍ରଶାସିତ ଅଞ୍ଚଳର ୧୬ଟି ମାର୍ଚିଂ ଦଳ, ୪ଟି କେନ୍ଦ୍ରୀୟ ସଶସ୍ତ୍ର ପୋଲିସ ବାହିନୀ, ଏନସିସି ସାମିଲ୍ ହୋଇଥିଲେ । କର୍ତ୍ତବ୍ୟକୁ ପୂରଣ କରିବା ସହିତ ଦେଶର ଅଖଣ୍ଡତା ଏବଂ ଆମର ପ୍ରତ୍ୟେକ ପ୍ରୟାସ ସର୍ଦ୍ଦାର ପଟେଲଙ୍କ ପ୍ରତି ପ୍ରକୃତ ଶ୍ରଦ୍ଧାଞ୍ଜଳି ହେବ ବୋଲି କହିଛନ୍ତି ପ୍ରଧାନମନ୍ତ୍ରୀ ।
୨୦୪୭ରେ ଭାରତକୁ ଏକ ବିକଶିତ ରାଷ୍ଟ୍ରରେ ପରିଣତ କରାଯିବ । ସେହି ବିକଶିତ ରାଷ୍ଟ୍ରର ସ୍ବପ୍ନ ଦେଖିଥିବା ନେତାଙ୍କ ମଧ୍ୟରେ ଜଣେ ହେଉଛନ୍ତି ସର୍ଦ୍ଦାର ବଲ୍ଲଭଭାଇ ପଟେଲ । ସ୍ବାଧୀନତା ଆନ୍ଦୋଳନରେ ତାଙ୍କର ଭୂମିକା ଥିଲା । ଆୟୋଜିତ ଏକତା ପରେଡରେ ରାଜ୍ୟ ପୋଲିସ ଓ କେନ୍ଦ୍ର ପୋଲିସ ଯିଏକି ଆମ ତ୍ରିରଙ୍ଗାର ବଳ ଅଂଶ ଗ୍ରହଣ କରିଛନ୍ତି । ସେହିପରି ୭୫ ହଜାର ସ୍ଥାନରେ ‘ରନ ଫର ୟୁନିଟ’ କାର୍ଯ୍ୟକ୍ରମ କରାଯାଉଛି । ଦିଲ୍ଲୀରେ ଗୃହମନ୍ତ୍ରୀ ଅମିତ ଶାହ ପତକା ଦେଖାଇ ‘ରନ ଫର ୟୁନିଟ’ କାର୍ଯ୍ୟକ୍ରମର ଶୁଭାରମ୍ଭ କରିଛନ୍ତି ।