Mon. Dec 23rd, 2024

ନ୍ୟୁଜ ଡେକ୍ସ: ଆମ୍ବ ଟାକୁଆରେ ପ୍ରସ୍ତୁତ ଜାଉ ଖାଇ ୨ ଜଣଙ୍କ ମୃତ୍ୟୁ ଘଟିଛି। କନ୍ଧମାଳ ଜିଲ୍ଲା ଦାରିଙ୍ଗବାଡ଼ି ବ୍ଲକ ଅନ୍ତର୍ଗତ ଗଦାପୁର ପଞ୍ଚାୟତର ମଣ୍ଡିପଙ୍କା ଗାଁରେ ଏହି ଅଭାବନୀୟ ଘଟଣା ଘଟିଛି। ଏଥିରେ ଅନ୍ୟ କିଛି ଲୋକ ଗୁରୁତର ଅସୁସ୍ଥ ହୋଇପଡ଼ିଥିବା ସୂଚନା ମିଳିଛି। କୁହାଯାଉଛି ଘଟଣାରେ ୬ ଜଣ ଅସୁସ୍ଥ ହୋଇଛନ୍ତି। ତେବେ ସୂଚନା ମୁତାବକ, କନ୍ଧମାଳ ଜିଲ୍ଲା ଦାରିଙ୍ଗବାଡ଼ି ବ୍ଳକ ଅନ୍ତର୍ଗତ ମାଣ୍ଡିପଙ୍କା ଗ୍ରାମରେ ଆମ୍ବ ଟାକୁଆ ଖାଇ ଦୁଇଜଣଙ୍କର ମୃତ୍ୟୁ ଘଟିଛି।

ଏହାଛଡ଼ା ୬ ଗୁରୁତରଙ୍କୁ ବ୍ରହ୍ମପୁର ବଡ଼ ମେଡ଼ିକାଲ (ଏମକେସିଜି)ରେ ଭର୍ତ୍ତି କରାଯାଇଥିବା ଜଣା ପଡ଼ିଛି। ମୃତକ ଦୁଇଜଣ ହେଲେ ମାଣ୍ଡିପଙ୍କା ଗ୍ରାମର ରୁନି ମାଝୀ (୩୦), ରନିତା ପାଟମାଝୀ(୨୮)। ୬ ଗୁରୁତର ପ୍ରଭାତୀ ମାଝୀ( ୩୨), ସୁସନା ମାଝୀ( ୩୫), ଜିତା ମାଝୀ (୩୦), ଦ୍ରେଙ୍ଗାଲୁ ପାଟ ମାଝୀ (୫୫), ଜୀବନ୍ତ ପାଟମାଝୀ( ୩୦)ଓ ଟୁନି ମାଝୀ(୪୫) ବୋଲି ଜଣା ପଡ଼ିଛି ।

ଗଦାପୁର ସରପଞ୍ଚ କୁମାରୀ ମଲିକ କହିଛନ୍ତି, ସମସ୍ତେ ଆମ୍ବ ଟାକୁଆ ଖାଇଥିଲେ। ଖାଇବାର କିଛି ସମୟ ପରେ ସେମାନଙ୍କୁ ଝାଡ଼ାବାନ୍ତି ହୋଇଥିଲା। ପରେ ସେମାନଙ୍କୁ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା। ସେଠାରେ ୨ ଜଣଙ୍କର ମୃତ୍ୟୁ ଘଟିଥିବା ବେଳେ ୬ ଜଣଙ୍କ ଅବସ୍ଥା ଗୁରୁତର ରହିଛି।

Leave a Reply

Your email address will not be published. Required fields are marked *