Thu. Jul 9th, 2026

ନ୍ୟୁଜ ଡେକ୍ସ : ଆମେରିକା ଓ ଇରାନ ମଧ୍ୟରେ ତିକ୍ତତା ପୁଣି ଥରେ ବଢ଼ିଥିବା ଦାବି କରାଯାଉଛି। ଆମେରିକା ପକ୍ଷରୁ ଇରାନର କିଛି ସାମରିକ ସ୍ଥାନ ଉପରେ ବିମାନ ଆକ୍ରମଣ କରାଯାଇଥିବା ବେଳେ ଏହାର ପ୍ରତିକ୍ରିୟାରେ ଇରାନ ବାହାରିନ, କୁଏତ ଓ କାତାର ଅଞ୍ଚଳକୁ ଲକ୍ଷ୍ୟ କରି ପ୍ରତିଶୋଧମୂଳକ ଆକ୍ରମଣ ଆରମ୍ଭ କରିଥିବା ଖବର ସାମ୍ନାକୁ ଆସିଛି। ଏହାଫଳରେ ଉଭୟ ଦେଶ ମଧ୍ୟରେ ଚାଲିଥିବା ମଧ୍ୟବର୍ତ୍ତୀକାଳୀନ ଯୁଦ୍ଧବିରତି ବ୍ୟବସ୍ଥା ପୁଣି ସଙ୍କଟରେ ପଡ଼ିଥିବା କୁହାଯାଉଛି।

ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ କହିଛନ୍ତି, ହରମୁଜ ପ୍ରଣାଳୀରେ ବାଣିଜ୍ୟିକ ଜାହାଜ ଉପରେ ହୋଇଥିବା ସମ୍ପ୍ରତିର ଆକ୍ରମଣ ଯୁଦ୍ଧବିରତିର ଅବସାନ ଘଟାଇଛି। ଓମାନ ଉପକୂଳରେ ଏକାଧିକ ବାଣିଜ୍ୟିକ ଜାହାଜକୁ ଲକ୍ଷ୍ୟ କରାଯାଇଥିବା ଘଟଣା ପାଇଁ ଆମେରିକା ଇରାନକୁ ଦାୟୀ କରିବା ପରେ ଇରାନର ବିଭିନ୍ନ ସାମରିକ ଘାଟି ଓ ବନ୍ଦର ଉପରେ ଆକ୍ରମଣ କରାଯାଇଥିବା ସୂଚନା ମିଳିଛି।

ଏପଟେ ଇରାନ ସଂସଦର ଜାତୀୟ ସୁରକ୍ଷା କମିଟିର ମୁଖପାତ୍ର ଇବ୍ରାହିମ ରେଜାଏଇ ଆମେରିକାକୁ କଡ଼ା ଚେତାବନୀ ଦେଇଛନ୍ତି। ସେ କହିଛନ୍ତି, ଇରାନର ସର୍ବୋଚ୍ଚ ନେତା ଦେଶବାସୀଙ୍କୁ ଆମେରିକାକୁ ଭୟ ନ କରିବାକୁ ଶିଖାଇଛନ୍ତି। ସେ ଏକ ପୋଷ୍ଟରେ ଲେଖିଛନ୍ତି, “ଇରାନୀଙ୍କଠାରୁ କଡ଼ା ଜବାବ ପାଇଁ ଅପେକ୍ଷା କର।”ଉଭୟ ଦେଶ ମଧ୍ୟରେ ବଢ଼ୁଥିବା ଏହି ତିକ୍ତତାକୁ ନେଇ ମଧ୍ୟପ୍ରାଚ୍ୟର ସୁରକ୍ଷା ପରିସ୍ଥିତି ଓ ଆନ୍ତର୍ଜାତିକ ସାମୁଦ୍ରିକ ବାଣିଜ୍ୟ ଉପରେ ପ୍ରଭାବ ପଡ଼ିବା ନେଇ ଚିନ୍ତା ବଢ଼ିଛି।

Leave a Reply

Your email address will not be published. Required fields are marked *