ନ୍ୟୁଜ ଡେକ୍ସ: ପ୍ରତିମାସ ଭଳି ଏହି ମାସ ଆରମ୍ଭରୁ ବି କିଛିଟା କ୍ଷେତ୍ରରେ ବିଭିନ୍ନ ନିୟମ ପରିବର୍ତ୍ତନ ହୋବୁ ଯାଉଛି । ଯାହାର ସିଧା ପ୍ରଭାବ ଗ୍ରାହକଙ୍କ ପକେଟ ଉପରେ ପଡିବାକୁ ଯାଉଛି । ଆଜିଠୁ କମର୍ସିଆଲ ଗ୍ୟାସ ସିଲିଣ୍ଡର ଦର ବଢିଥିବା ବେଳେ ଟ୍ରେନ୍ ଟିକେଟ ବୁକିଂ ନିୟମ, କ୍ରେଡିଟ କାର୍ଡ, ବ୍ୟାଙ୍କିଙ୍ଗ ନିୟମ ଏବଂ ୟୁପିଆଇ ମାଧ୍ୟମରେ ଟଙ୍କା ନେଣଦେଣ ପ୍ରକ୍ରିୟାରେ ମଧ୍ୟ ବଡ ପରିବର୍ତ୍ତନ ହୋଇଛି ।
IOCLର ଅଫିସିଆଲ୍ ୱେବସାଇଟ୍ ଅନୁଯାୟୀ, ଦିଲ୍ଲୀରେ କମର୍ସିଆଲ ସିଲିଣ୍ଡର ଦାମ ୧୭୪୦ ଟଙ୍କାରୁ ବଢ଼ି ୧୮୦୨ ଟଙ୍କାରେ ପହଞ୍ଚି। କୋଲକତାରେ ଏହା ପୂର୍ବରୁ ୧୮୫୦.୫୦ ଟଙ୍କାରେ ମିଳୁଥିବା ବେଳେ ଏବେ ତାହା ୧୯୧୧.୫୦ ଟଙ୍କାରେ ପହଞ୍ଚିଛି। ମୁମ୍ବାଇରେ ପୂର୍ବରୁ ୧୬୯୨.୫୦ ଟଙ୍କାରେ ମିଳୁଥିବା ସିଲିଣ୍ଡର ଏବେ ୧୭୫୪ ଟଙ୍କାରେ ଉପଲବ୍ଧ ହେବ । ଚେନ୍ନାଇରେ ସିଲିଣ୍ଡର ଦାମ ୧୯୦୩ ଟଙ୍କାରୁ ବୃଦ୍ଧି ପାଇ ୧୯୬୪ ଟଙ୍କାରେ ପହଞ୍ଚିଛି।
ଏହି ଦର ବଢ଼ିବା ପରେ ଦିଲ୍ଲୀରେ ସିଲିଣ୍ଡର୍ ଦର ୧୭୪୦ରୁ ବଢ଼ିକରି ୧୮୦୨ରେ ପହଞ୍ଚିଛି। ସେହିପରି କୋଲକାତାରେ ସିଲିଣ୍ଡର୍ର ଦର ୧୮୫୦.୫୦ରୁ ବୃଦ୍ଧି ପାଇ ୧୯୧୧.୫୦ ଟଙ୍କା ହୋଇଛି। ମୁମ୍ବାଇରେ ୧୯ କିଲୋର ସିଲିଣ୍ଡର୍ର ଦର ୧୬୯୨.୫୦ ସ୍ଥାନରେ ୧୭୫୪ ଟଙ୍କା ହୋଇଯାଇଛି। ଚେନ୍ନାଇରେ ପୂର୍ବରୁ ୧୯୦୩ ଟଙ୍କା ଥିବା ବେଳେ ଏବେ ତାହା ବୃଦ୍ଧି ପାଇ ୧୯୬୪ ଟଙ୍କା ହୋଇଛି।