ନ୍ୟୁଜ ଡେକ୍ସ: ସ୍ପେନର ମାଲାଗା ସହ ନିକଟବର୍ତ୍ତୀ ଅଞ୍ଚଳରେ ମଙ୍ଗଳବାର ପ୍ରବଳ ବର୍ଷା ହେବାରୁ ହଠାତ୍ ବନ୍ୟା ଆସି ଯାଇଥିଲା। ଏହି ବନ୍ୟାରେ ୯୫ଜଣଙ୍କ ଜୀବନ ଯାଇଥିବା ଜଣାପଡ଼ିଛି। ହଠାତ୍ ବନ୍ୟା ମାଡ଼ି ଆସିବାରୁ ରାସ୍ତାଘାଟ ଜଳାର୍ଣ୍ଣବ ହୋଇପଡ଼ିଥିଲା।
ଜାତୀୟ ରାଜପଥ ଉପରେ ବନ୍ୟାଜଳ ପ୍ରବାହିତ ହେବାରୁ ଗମନାଗମନ ବାଧାପ୍ରାପ୍ତ ହୋଇଥିଲା। ବନ୍ୟା ଏତେ ଭୟଙ୍କର ଥିଲା ଯେ କେହି କିଛି ଭାବିବା ପୂର୍ବରୁ ସଙ୍ଗେ ସଙ୍ଗେ ପାଣି ମାଡି ରାସ୍ତାଘାଟ, ଘରେ ଜଳାର୍ଣ୍ଣବ ସ୍ଥିତି ଉପୁଜି ଥିଲା । ହଠାତ୍ ପାଣି ମାଡି ଆସିବାରୁ ୯୫ ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ଅନେକ ନିଖୋଜ ଥିବା ଜଣାପଡ଼ିଛନ୍ତି। ସେପଟେ ବନ୍ୟା ସ୍ଥିତି ଉପୁଜିଥିବା ବେଳେ ଜାତୀୟ ରାଜପଥ ସମ୍ପୂର୍ଣ୍ଣ ଜଳମୟ ହୋଇଥିବାରୁ ଯାତାୟାତ ଠପ୍ ହୋଇଛି।
ଲୋକଙ୍କ ଘରେ ପାଣି ପଶି ଜିନିଷପତ୍ର ରାସ୍ତାରେ ଭାସୁଛି। ଏଥିସହିତ ରାସ୍ତାରେ ଥିବା ଗାଡିଗୁଡିକ ମଧ୍ୟ ଭାସମାନ ଅବସ୍ଥାରେ ଅଛନ୍ତି। ଲୋକଙ୍କୁ ଉଦ୍ଧାର କରିବାକୁ ୧ ହଜାରରୁ ଅଧିକ ସେନା ଯବାନ ଓ ଉଦ୍ଧାରକାରୀ ଦଳ ସଦସ୍ୟଙ୍କୁ ପଠାଯାଇଥିଲା। ହେଲିକପ୍ଟର ଓ ବୋଟ୍ ମାଧ୍ୟମରେ ଲୋକଙ୍କୁ ବନ୍ୟାଘେରରୁ ଉଦ୍ଧାର କରାଯାଇଥିବା ସ୍ଥାନୀୟ ଅଧିକାରୀ ସୂଚନା ଦେଇଛନ୍ତି।