Thu. Apr 16th, 2026

ନ୍ୟୁଜ ଡେକ୍ସ: ଧାମରାରେ ଗୁଳିକାଣ୍ଡ । ରାସ୍ତାକଡରେ ଠିଆ ହୋଇଥିବା ଜଣେ ଯୁବକଙ୍କ ଉପରକୁ ଗୁଳିମାଡ କଲେ ଦୁର୍ବୃତ୍ତ । ଧାମରା ଥାନା ଅଧିନ କୋଇଥଖୋଲା କିଶୋର ପ୍ରସାଦ ଛକରେ ଘଟିଛି ଏହି ଘଟଣା ।

ଗୁରୁତର ଯୁବକ ଜଣଙ୍କ ହେଉଛନ୍ତି କିଶୋର ପ୍ରସାଦ ଗାଁର ରାଜେନ୍ଦ୍ର ମହାପାତ୍ର । ରାଜେନ୍ଦ୍ରଙ୍କ ମୁଣ୍ଡରେ ଗୁଳି ବାଜିଛି । ସୂଚନା ମୁତାବକ, ଗତକାଲି ରାଜେନ୍ଦ୍ର ରାସ୍ତାକଡ଼ରେ ଛିଡା ହୋଇଥିବା ବେଳେ ହଠାତ ଦୁର୍ବୃତ୍ତମାନେ ଆସି ତାଙ୍କ ଉପରକୁ ଗୁଳିମାଡ଼ରାଜେନ୍ଦ୍ରଙ୍କ ମୁଣ୍ଡରେ ଗୁଳି ବାଜିଥିଲା। ପରେ ଦୁର୍ବୃତ୍ତମାନେ ଘଟଣାସ୍ଥଳରୁ ଚମ୍ପଟ ମାରିଥିଲେ।

ପରିବାର ଲୋକେ ରାଜେନ୍ଦ୍ରଙ୍କୁ ଉଦ୍ଧାର କରି ବାସୁଦେବପୁର ମେଡିକାଲରେ ଭର୍ତ୍ତି କରିଥିଲେ। ଅବସ୍ଥା ଗୁରୁତର ହେବାରୁ ତାଙ୍କୁ ଭଦ୍ରକ ସ୍ଥାନାନ୍ତର କରାଯାଇଛି। ତେବେ କେଉଁ କାରଣ ପାଇଁ ଦୁର୍ବୃତ୍ତମାନେ ରାଜେନ୍ଦ୍ରଙ୍କ ଉପରକୁ ଗୁଳିମାଡ କଲେ ତାହା ଜଣାପଡ଼ି ନାହିଁ। ପୁଲିସ ଘଟଣାର ତଦନ୍ତ କରିଥିଲେ।

Leave a Reply

Your email address will not be published. Required fields are marked *