ନ୍ୟୁଜ ଡେକ୍ସ: କଟକ ଚୌଦ୍ଵାରରେ ଅଭାବନୀୟ ଘଟଣା ଘଟିଛି। ଓଟିଏମ୍ ହାଇସ୍କୁଲ ପରିସରରୁ ରାତ୍ରି ଜଗୁଆଳିଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର ହୋଇଛି। ମୃତକ ଜଣକ ଓଟିଏମ୍ ହାଇସ୍କୁଲରେ ରାତ୍ରି ଜଗୁଆଳି ଭାବେ କାମ କରୁଥିବା ଜଣାପଡିଚି।
ଆଜି ଶିଶୁ ଦିବସ ଥିବାରୁ ଜ୍ଞାନରଞ୍ଜନ ଗତକାଲି ରାତିରେ ଶିକ୍ଷକମାନଙ୍କ ସହ ମିଶି କାର୍ଯ୍ୟକ୍ରମ ପାଇଁ ପ୍ରସ୍ତୁତି କରିଥିଲେ। ଏହାପରେ ଶିକ୍ଷକମାନେ ନିଜ ନିଜ ଘରକୁ ପଳାଇ ଯାଇଥିଲେ। ଜ୍ଞାନରଞ୍ଜନ ସ୍କୁଲରେ ରହିଥିଲେ। ଆଜି ସକାଳେ ବିଦ୍ୟାଳୟ ପରିସରରେ ରହୁଥିବା ଏକ କୋଠରୀରୁ ତାଙ୍କର ଝୁଲନ୍ତା ମୃତଦେହ ଉଦ୍ଧାର କରାଯାଇଥିଲା।
ଖବର ପାଇ ସ୍ଥାନୀୟ ପୁଲିସ୍ ଘଟଣା ସ୍ଥଳରେ ପହଞ୍ଚି ଅଧିକ ତଦନ୍ତ ଜାରି ରଖିଛି। ସେପଟେ ଘଟଣାରେ ନିରପେକ୍ଷ ତଦନ୍ତ ଦାବି କରିଛନ୍ତି ମୃତକଙ୍କ ପରିବାର ଲୋକ । ତେବେ ଜ୍ଞାନରଞ୍ଜନ କାହିଁକି ଆତ୍ମହତ୍ୟା, ଏହା ପଛରେ କ’ଣ କାରଣ ରହିଛି ତାହା ଜଣାପଡ଼ି ନାହିଁ।