ନ୍ୟୁଜ ଡେକ୍ସ: ୪ଟା ପର୍ଯ୍ୟନ୍ତ ଗୃହ ମୁଲତବି । ବିରୋଧିଙ୍କ ହଟ୍ଟଗୋଳ ଯୋଗୁଁ ୪ଟା ପର୍ଯ୍ୟନ୍ତ ଗୃହ ମୁଲତବି ଘୋଷଣା କଲେ ବାଚସ୍ପତି । ବିଜେଡି ଓ କଂଗ୍ରେସ ସଦସ୍ୟଙ୍କ ହଟ୍ଟଗୋଳ ଯୋଗୁଁ ମୁଲତବି ହୋଇଛି ଗୃହ। ସମ୍ବିଧାନ ମୁଖ୍ୟବନ୍ଧରୁ ଧର୍ମ ନିରପେକ୍ଷ ଓ ସମାଜବାଦ ଶଦ୍ଦ ନ ରହିବାରୁ ହଟ୍ଟଗୋଳ ହୋଇଥିବା ସୂଚନା ।
ଏହି ପ୍ରସଙ୍ଗ ଉଠାଇଲେ ବିଜେଡି ବିଧାୟକ ରଣେନ୍ଦ୍ର ପ୍ରତାପ ସ୍ୱାଇଁ ପରେ କଂଗ୍ରେସର ଉପସ୍ଥିତ ସଦସ୍ୟ ଏହି ପ୍ରସଙ୍ଗକୁ ସମର୍ଥନ ଜଣାଇବା ପରେ ହୋଇଥିଲା ହଟ୍ଟଗୋଳ । ବିଧାନସଭା ପରିସରରେ ଥିବା ସମ୍ବିଧାନ ମୁଖବନ୍ଧରୁ ଧର୍ମ ନିରପେକ୍ଷ ଓ ସମାଜବାଦୀ ଶବ୍ଦ ନ ରହିବାରୁ ହଟ୍ଟଗୋଳ ପ୍ରଦର୍ଶନ କରିଥିଲେ ବିରୋଧୀ। ଗୃହରେ ବିଜେଡି ବିଧାୟକ ରଣେନ୍ଦ୍ର ପ୍ରତାପ ସ୍ୱାଇଁ ଏହି ପ୍ରସଙ୍ଗ ଉଠାଇଥିଲେ। ଏହାକୁ ସମର୍ଥନ ମଧ୍ୟ ଜଣାଇଥିଲା କଂଗ୍ରସ।
ପରେ ଉକ୍ତ ପ୍ରସଙ୍ଗକୁ ନେଇ ବିରୋଧୀ ବିଜେଡି ଓ କଂଗ୍ରେସ ସଦସ୍ୟଙ୍କ ହଟ୍ଟଗୋଳ କାରଣରୁ ଗୃହକୁ ଅପରାହ୍ନ ୪ଟା ଯାଏଁ ମୁଲତବି ଘୋଷଣା କରିଛନ୍ତି ବାଚସ୍ପତି। ତେବେ ଅଧିବେଶନ ଆରମ୍ଭରୁ ଦିବଙ୍ଗତ ସଦସ୍ୟ ମାନଙ୍କ ପାଇଁ ଶୋକ ପ୍ରସ୍ତାବ ଆଗତ କରିଥିଲେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ। ପୁର୍ବତନ ମନ୍ତ୍ରୀ ସମୀର ଦେ, ପୂର୍ବତନ ସଦସ୍ୟ ଧନେଶ୍ୱର ମାଝୀ, ମକରଧ୍ୱଜ ପ୍ରଧାନ, ନିରଞ୍ଜନ ପ୍ରଧାନ, ଉତ୍କଳ କେଶରୀ ପରିଡା, ପୂର୍ଣ୍ଣ ଚନ୍ଦ୍ର ମାଝୀଙ୍କ ଆତ୍ମାର ସଦ୍ଗତି କାମନା କରିଥିଲେ ମୁଖ୍ୟମନ୍ତ୍ରୀ ।