ନ୍ୟୁଜ ଡେକ୍ସ: ୬ମାସିଆ ଛୁଟିରୁ ଫେରି କାର୍ଯ୍ୟରେ ଯୋଗ ଦେଇଛନ୍ତି ଆଇଏଏସ ସୁଜାତା କାର୍ତ୍ତିକେୟନ । ଗତକାଲି ରାଜ୍ୟ ସରକାର ସୁଜାତାଙ୍କର ଆଉ ୬ମାସ ଛୁଟି ଆବେଦନକୁ ଅଗ୍ରାହ୍ୟ କରି ଦେଇଥିଲେ । ଏହାପରେ ଅର୍ଥ ବିଭାଗର ସ୍ବତନ୍ତ୍ର ସଚିବ ଭାବେ ଦାୟିତ୍ବ ନେଇଛନ୍ତି ୨୦୦୦ବ୍ୟାଚର ଆଇଏଏସ ଅଧିକାରୀ ସୁଜାତା କାର୍ତ୍ତିକେୟନ ।
ଗତକାଲି ସୁଜାତାଙ୍କ ସାନି ଛୁଟି ଆବେଦନ ସରକାର ଅଗ୍ରାହ୍ୟ କରିଥିଲେ। କାର୍ଯ୍ୟରେ ଯୋଗ ଦେବାକୁ ପରାମର୍ଶ ଦେଇଥିଲେ। ଆଉ ୬ ମାସ ଛୁଟିରେ ରହିବାକୁ ଆବେଦନ କରିଥିଲେ ସୁଜାତା। ସୂଚନାଯୋଗ୍ୟ, ସୁଜାତା କାର୍ତ୍ତିକେୟନ୍ ତାଙ୍କ ସନ୍ତାନର ଯତ୍ନ ନେବାକୁ ଦର୍ଶାଇ ଗତ ମେ ୩୧ରୁ ୬ ମାସ ଅର୍ଥାତ୍ ନଭେମ୍ବର ୨୬ ଯାଏ ଛୁଟି ନେଇଥିଲେ ।
ମଙ୍ଗଳବାର ତାଙ୍କର ଛୁଟି ସରୁଥିବା ବେଳେ ସେ ଗତ ୪ ତାରିଖରେ ଆଉ ଆଉ ୬ ମାସ ପାଇଁ ଛୁଟି ଅବଧି ବୃଦ୍ଧି କରିବାକୁ ଅନୁରୋଧ କରିଥିଲେ । ହେଲେ ଏହାକୁ ରାଜ୍ୟ ସରକାର ଖାରଜ କରିଥିଲେ। ଏଥିସହ ବୁଧବାର କାର୍ଯ୍ୟକ୍ଷେତ୍ରରେ ଯୋଗ ଦେବାକୁ ପରାମର୍ଶ ଦେଇଥିଲେ। ଏନେଇ ସାଧାରଣ ପ୍ରଶାସନ ବିଭାଗ ପକ୍ଷରୁ ଚିଠି କରାଯାଇଥିଲା।