Thu. Oct 23rd, 2025

ନ୍ୟୁଜ ଡେକ୍ସ: ଅନ୍ଲାଇନ୍ ଗେମ୍ ଖେଳିବା ହେଲା କାଳ। ଗେମ୍ ଖେଳରେ ହାରିବା ପରେ ଜୀବନ ହାରିଦେଲେ ପୁରୁଣା ଭୁବନେଶ୍ୱର ବଡୁ ସାହିର ଯୁବକ ଶଶାଙ୍କ ଶତପଥୀ । ଘର ଭିତରୁ ଝୁଲନ୍ତା ଅବସ୍ଥାରେ ମୃତଦେହ ଜବତ କଲା ପୋଲିସ। ଏକ ଅପମୃତ୍ୟୁ ମାମଲା ରୁଜୁ କରି ତଦନ୍ତ କରୁଛି ଲିଙ୍ଗଥାନା ପୋଲିସ।

ମୃତଦେହକୁ ବ୍ୟବଚ୍ଛେଦ ପାଇଁ କ୍ୟାପିଟାଲ ହସ୍ପିଟାଲକୁ ପଠାଯାଇଥିବା ଜଣାପଡିଛି। ଲିଙ୍ଗରାଜ ଥାନା ତିନିମୁଣ୍ଡିଆ ଛକ ଅଞ୍ଚଳରେ ରହୁଥିବା ଯୁବକ ନିଜ ଘରେ ଆତ୍ମହତ୍ୟା କରିଥିଲେ। ପରିବାର ଲୋକେ ତାଙ୍କୁ ଗୁରୁତର ଅବସ୍ଥାରେ ଉଦ୍ଧାର କରି ଡାକ୍ତରଖାନାରେ ଭର୍ତ୍ତି କରିଥିଲେ। ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ। ଯୁବକ ଜଣଙ୍କ ଅନଲାଇନ୍ ଗେମ୍‌ରେ ଟଙ୍କା ଲଗାଇଥିଲେ। ଏହି ଟଙ୍କା ବୁଡ଼ି ଯିବା ଫଳରେ ତାଙ୍କର ମାନସିକ ସ୍ଥିତି ଭଲ ନଥିଲା। ଶେଷରେ ସେ ଆତ୍ମହତ୍ୟା କରିଥିବା ଜଣାଯାଇଛି। ମୃତ୍ୟୁ ପୂର୍ବରୁ ଯୁବକ ଜଣଙ୍କ ଏକୁଟିଆ ରହୁଥିଲେ।

ପରିବାର ଲୋକଙ୍କ ସହ ବିଶେଷ ଭାବରେ କଥା ହେଉ ନଥିଲେ ବୋଲି ସୂଚନା ରହିଛି। ପୁଲିସ ଅପମୃତ୍ୟୁ ମାମଲା ରୁଜୁ କରି ଘଟଣାର ତଦନ୍ତ କରୁଛି। ଏଥିସହ ଯୁବକଙ୍କ ମୋବାଇଲକୁ ଜବତ କରିଛି। ଯୁବକ ଜଣଙ୍କ କେତେ ଟଙ୍କା ଅଲ୍‌ଲାଇନ ଗେମ୍‌ରେ ଲଗାଇଥିଲେ, ତାର ମଧ୍ୟ ତଦନ୍ତ ଜାରି ରଖିଛି ପୁଲିସ। ଯୁବକ ଜଣଙ୍କ ଅନେକ ଲୋକଙ୍କ ପାଖରୁ ଟଙ୍କା ଆଣିଥିବା ଜଣାଯାଇଛି।

Leave a Reply

Your email address will not be published. Required fields are marked *