ନ୍ୟୁଜ ଡେକ୍ସ: କେନ୍ଦ୍ର ମନ୍ତ୍ରୀରୁ ମଡେଲ୍। ଫ୍ୟାଶନ ଶୋ’ରେ ଭାଗ ନେଲେ ମୋଦି ସରକାରଙ୍କ ମନ୍ତ୍ରୀ। ରାମ୍ପ ଓ୍ୱକ୍ରେ ଜଲଓ୍ୱା ଦେଖାଇଲେ ଜ୍ୟୋତିରାଦିତ୍ୟ ସିନ୍ଧିଆ। ତାଙ୍କ ସହ ରାଜ୍ୟ ମନ୍ତ୍ରୀ ସୁକାନ୍ତ ମଜୁମ୍ଦାର ମଧ୍ୟ ରାମ୍ପ ଓ୍ୱକ୍ କଲେ। ଦିଲ୍ଲୀର ଭାରତ ମଣ୍ଡପମ୍ରେ ଆୟୋଜିତ ଚାଲିଥିବା ଅଷ୍ଟଲକ୍ଷ୍ମୀ ମହୋତ୍ସବ ସମୟରେ ଫ୍ୟାଶନ ଶୋ’ରେ ଭାଗ ନେଇ ଏହି ଦୁଇ ମନ୍ତ୍ରୀ ସମସ୍ତଙ୍କୁ ଚକିତ କରିଦେଇଛନ୍ତି।
ନର୍ଥଇଷ୍ଟ ଫ୍ୟାଶନକୁ ପ୍ରୋତ୍ସାହିତ କରିବାକୁ ସିନ୍ଧିଆ ଓ ମଜୁମଦାର ନର୍ଥଇଷ୍ଟ ଡିଜାଇନ ଜ୍ୟାକେଟ ପିନ୍ଧିଥିଲେ । ଉଭୟ କେଉଁ ମଡେଲଠୁ ମଧ୍ୟ କମ୍ ନଥିଲେ । ଷ୍ଟାଇଲିସ୍ ଅନ୍ଦାଜରେ ଉଭୟ ୱାକ କରିଥିଲେ । ପୋଜ୍ ମଧ୍ୟ ଦେଇଥିଲେ । ମଡେଲ ଭଳି ଚାଲି ସମସ୍ତଙ୍କୁ ଚକିତ କରି ଦେଇଥିଲେ । ସିନ୍ଧିଆଙ୍କର ଏହି ଅନ୍ଦାଜକୁ ଦର୍ଶକ ଖୁବ ପ୍ରଶଂସା କରିଛନ୍ତି । ଜ୍ୟୋତିରାଦିତ୍ୟ ସିନ୍ଧିଆ ଏକ କ୍ରିମ୍ ରଙ୍ଗର ଜ୍ୟାକେଟ ପିନ୍ଧିଥିଲେ । ବେକରେ ଲାଲ ରଙ୍ଗର ମଫଲର ଥିଲା । ସେହିପରି ସୁକାନ୍ତ ମଜୁମଦାର ସମାନ ରଙ୍ଗର ଜ୍ୟାକଟ ପିନ୍ଧିଥିବା ଦେଖିବାକୁ ମିଳିଥିଲେ ।
ଦୁଇ ଜଣଙ୍କ ୱାକ ମଧ୍ୟରୁ ସିନ୍ଧିଆଙ୍କ ଚାଲି ସମସ୍ତଙ୍କ ଦୃଷ୍ଟି ଆକର୍ଷଣ କରିଥିଲା ।ଏହି ଫ୍ୟାସନ ସୋ ବିଷୟରେ ସୋସିଆଲ ମିଡିଆ ଫ୍ଲାଟଫର୍ମ ଏକ୍ସରେ ସିନ୍ଧିଆ ଲେଖିଛନ୍ତି, ଏହା ସଂସ୍କୃତି ଓ ସୃଜନଶୀଳତାର ଉତ୍ସବ । ଉତ୍ତର-ପୂର୍ବ ଭାରତର ଚିତ୍ତାକର୍ଷକ ପ୍ରଦର୍ଶନ କରୁଥିବା ଫ୍ୟାସନ ଶୋରେ ସୁନ୍ଦର ସମୟ ବିତାଇଲି । ପ୍ରତି ରାଜ୍ୟରୁ ମଡେଲମାନେ ସୁନ୍ଦର ଭାବରେ ପ୍ରତିନିଧିତ୍ବ କରିଥିଲେ । ମୁଁ ସହକର୍ମୀ ସୁକାନ୍ତ ମଜୁମଦାରଙ୍କ ସହ ଏଥିରେ ସାମିଲ ହୋଇ ଗର୍ବିତ ଅନୁଭବ କରୁଛି ।